Masthead

ଦୋକାନ ସ୍ଥାନାନ୍ତରଣକୁ ବିରୋଧ

କେନ୍ଦୁଝର, (ବଡ଼ ଖବର ବ୍ୟୁରୋ): ୩୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ବ୍ୟବସାୟ କରିଆସୁଛୁ। କରୋନା ମହାମାରୀ ଯୋଗୁ ଦୀର୍ଘଦିନ ବ୍ୟବସାୟ ବନ୍ଦ ହୋଇପଡ଼ିଥିଲା। ଏବେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଧୀରେ ଧୀରେ ଜୀବନ ଜୀବିକା ସ୍ୱାଭାବିକ ସ୍ଥିତିକୁ ଫେରୁଥବା ବେଳେ ଆମ ଉପରେ ଦାଉ ସାଜିଛି ପୌରପାଳିକା। ଦୋକାନ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ଗାନ୍ଧୀଛକ ବ୍ୟବସାୟୀମାନେ।

ପୌରପାଳିକା ପକ୍ଷରୁ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଘୋଷଣା ହେବା ପରେ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ପୂର୍ବରୁ ସହରର ଗାନ୍ଧୀଛକ ନିକଟରେ ଗାନ୍ଧୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ବ୍ୟବସାୟୀଙ୍କୁ ଭଡ଼ା ସୂତ୍ରରେ ଘର ଦିଆଯାଇଥିଲା। ବ୍ୟବସାୟୀମାନେ ବିଭିନ୍ନ ବେପାର କରି କୁଟୁମ୍ବ ପୋଷୁଥିଲେ। ହେଲେ କିଛି ଦିନପୂର୍ବରୁ ପୌରପାଳିକା ଅଚାନକ ଗାନ୍ଧୀ ମାର୍କେଟ କମ୍ପ୍ଲେକ୍ସକୁ ବିପଦସଙ୍କୁଳ ଦର୍ଶାଇଥିଲା। ଏବେ ବ୍ୟବସାୟୀମାନଙ୍କୁ ସେଠାରୁ ଉଠିଯାଇ ଢାଙ୍ଗରପଡ଼ାରେ ବ୍ୟବସାୟ କରିବାକୁ ଘୋଷଣା କରିଛି।

ଏହାକୁ ନେଇ ବ୍ୟବସାୟୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଆର୍ଥିକ ସଙ୍କଟ ଦେଇ ସେମାନେ ଚାଲିଥିବାବେଳେ ବେପାର ଠପ୍ ହେବାର ଆଶଙ୍କା ଦେଖାଦେଇଛି। ଆଗୁଆ ସୂଚନା ନ ଦେଇ, ଥଇଥାନ ନ କରି ପୌରପାଳିକା ନେଇଥିବା ଏହି ନିଷ୍ପତ୍ତିକୁ ବ୍ୟବସାୟୀ ବିରୋଧ କରିଛନ୍ତି। ଆଜି ଶହ ଶହ ବ୍ୟବସାୟୀ ଏକାଠି ହୋଇ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ। ସେମାନଙ୍କୁ ସ୍ଥାନାନ୍ତର ନ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼