Masthead

ରାସ୍ତାରେ ଡାକ୍ତରଙ୍କ ଓପିଡି ସେବା

କୋଲକାତା (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। କୋଲକାତାର ଆର୍‌ ଜି କର ମେଡିକାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଏନେଇ ଡାକ୍ତରମାନେ ହସ୍ପିଟାଲ ଛାଡ଼ି ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇଛନ୍ତି। ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନ ମିଳିବା ଯାଏ ରାସ୍ତାରେ ଏପରି ଓପିଡି ସେବା ଜାରି ରହିବ ବୋଲି ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି।

ଏହି ଆନ୍ଦୋଳନରେ ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସାମିଲ ହୋଇଛନ୍ତି। କୋଲକାତା ଆର୍‌ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହୋଉଛି। ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଅସନ୍ତୋଷ ଜାରି ରହିଛି। ସିବିଆଇ ପୂରା ମାମଲାର ତଦନ୍ତ ଜାରି ରଖିଛି। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ନିଜଆଡୁ ହସ୍ତକ୍ଷେପ କରିଛନ୍ତି। ଏପଟେ ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ଆଜି ୮ମ ଦିନରେ ପହଞ୍ଚିଛି। ଦେଶର ଅନେକ ବଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି।

ଆମେ ଆମର ରୋଗୀଙ୍କୁ ସେବା କରିବାକୁ ସର୍ବଦା ପ୍ରସ୍ତୁତ। ସମସ୍ତ ଏମ୍ସ ବାସିନ୍ଦା ତଥା ଦିଲ୍ଲୀ ଡାକ୍ତରଖାନାର ବାସିନ୍ଦା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିପରୀତ ରାସ୍ତାରେ ନିର୍ମଣ ଭବନରେ ମାଗଣା ଓପିଡି ସେବା ଯୋଗାଇବେ। ଯେତେ ଯାଏଁ କେନ୍ଦ୍ରୀୟ ସୁରକ୍ଷା ଅଧୀନରେ ହସ୍ପିଟାଲଗୁଡିକୁ ପର୍ୟ୍ୟାପ୍ତ ସୁରକ୍ଷା ନ ଯୋଇଦିଆଯାଇଛି ସେତେ ଯାଏଁ ଆମର ଏହି ଆନ୍ଦୋଳନ ଜାରି ରହିବ ବୋଲି ରେସିଡେଣ୍ଟ ଡାକ୍ତରଙ୍କ ତରଫରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି