Masthead

ବଲାଙ୍ଗିର ଜିଲ୍ଲାରେ ଜଳ ଯୋଗାଣ ପ୍ରକଳ୍ପ ଫେଲ୍

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାରେ ଜଳ ଯୋଗାଣ ପ୍ରକଳ୍ପ ଫେଲ୍ । ବର୍ଷ ବର୍ଷ ହେଲା ପ୍ରକଳ୍ପ କାମ ଚାଲିଛି। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଯାହା ବି କରାଯାଇଛି ତାହା ଅତି ନିମ୍ନମାନର ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା କେରବେଡା ଗାଁରୁ । କୂଅ ଉପରେ ଛାତ ନିର୍ମାଣ କରା ଯାଇନାହିଁ। ଦୁର୍ବଳିଆ କୂଅ କାମ ଲାଗି ଭୂଶୁଡ଼ିବାରେ ଲାଗିଲାଣି। କିନ୍ତୁ ଅସାଧୁ ଠିକାଦାର ସହ ହାତ ମିଳାଇ ବିଭାଗୀୟ ଅଧିକାରୀ ଚୁପ୍।

ପାଟଣାଗଡ ଆରଡବ୍ଲୁଏସଏସ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଅସାଧୁ ଠିକାଦାରଙ୍କ ମନମାନି ଯୋଗୁ ଲୋକେ ଦଶା ଭୋଗୁଛନ୍ତି। ହେଲେ ଏନେଇ ପାଟଣାଗଡ ଆରଡବ୍ଲୁଏସଏସ ଏସଡିଓ ଗଗନ ବିହାରୀ କିଷାନ ତଥ୍ୟ ଦେବାକୁ ନାରାଜ। ସେପଟେ ବଲାଙ୍ଗିର ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରା ମଧ୍ୟ ସଠିକ ତଥ୍ୟ ଦେଇ ପାରୁ ନାହାନ୍ତି । ହେଲେ ପ୍ରକଳ୍ପ ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।

ଏପରିକି ଏନେଇ ଡିଆରଡିଏ ବୈଠକରେ ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ କଥା ଉଠାଇଥିଲେ। କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ସେଭଳି ତତ୍ପରତା ଦେଖାଉ ନାହାନ୍ତି ବିଭାଗୀୟ ଅଧିକାରୀ। ଏଥିରୁ ସ୍ପଷ୍ଟ ଯେ, ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରଙ୍କ ସମ୍ପର୍କ କିଭଳି । ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଯଦି ସ୍ଥିତି ଏଭଳି ତାହେଲେ ଜିଲ୍ଲାର ଅନ୍ୟ ଅଞ୍ଚଳରେ କାର୍ଯ୍ୟ କେମିତି ଚାଲିଥିବ ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା