ବଲାଙ୍ଗିର ଜିଲ୍ଲାରେ ଜଳ ଯୋଗାଣ ପ୍ରକଳ୍ପ ଫେଲ୍

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାରେ ଜଳ ଯୋଗାଣ ପ୍ରକଳ୍ପ ଫେଲ୍ । ବର୍ଷ ବର୍ଷ ହେଲା ପ୍ରକଳ୍ପ କାମ ଚାଲିଛି। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଯାହା ବି କରାଯାଇଛି ତାହା ଅତି ନିମ୍ନମାନର ହୋଇଛି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା କେରବେଡା ଗାଁରୁ । କୂଅ ଉପରେ ଛାତ ନିର୍ମାଣ କରା ଯାଇନାହିଁ। ଦୁର୍ବଳିଆ କୂଅ କାମ ଲାଗି ଭୂଶୁଡ଼ିବାରେ ଲାଗିଲାଣି। କିନ୍ତୁ ଅସାଧୁ ଠିକାଦାର ସହ ହାତ ମିଳାଇ ବିଭାଗୀୟ ଅଧିକାରୀ ଚୁପ୍।

ପାଟଣାଗଡ ଆରଡବ୍ଲୁଏସଏସ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଅସାଧୁ ଠିକାଦାରଙ୍କ ମନମାନି ଯୋଗୁ ଲୋକେ ଦଶା ଭୋଗୁଛନ୍ତି। ହେଲେ ଏନେଇ ପାଟଣାଗଡ ଆରଡବ୍ଲୁଏସଏସ ଏସଡିଓ ଗଗନ ବିହାରୀ କିଷାନ ତଥ୍ୟ ଦେବାକୁ ନାରାଜ। ସେପଟେ ବଲାଙ୍ଗିର ଜଳ ଯୋଗାଣ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରା ମଧ୍ୟ ସଠିକ ତଥ୍ୟ ଦେଇ ପାରୁ ନାହାନ୍ତି । ହେଲେ ପ୍ରକଳ୍ପ ମରାମତି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।

ଏପରିକି ଏନେଇ ଡିଆରଡିଏ ବୈଠକରେ ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ କଥା ଉଠାଇଥିଲେ। କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ସେଭଳି ତତ୍ପରତା ଦେଖାଉ ନାହାନ୍ତି ବିଭାଗୀୟ ଅଧିକାରୀ। ଏଥିରୁ ସ୍ପଷ୍ଟ ଯେ, ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରଙ୍କ ସମ୍ପର୍କ କିଭଳି । ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଯଦି ସ୍ଥିତି ଏଭଳି ତାହେଲେ ଜିଲ୍ଲାର ଅନ୍ୟ ଅଞ୍ଚଳରେ କାର୍ଯ୍ୟ କେମିତି ଚାଲିଥିବ ତାହା ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’