Masthead

୫ଟି ସ୍କୁଲ କାମରେ ବ୍ୟାପକ ଅନିୟମିତତା, ଅର୍ଥ ହରିଲୁଟ କଲେ ପ୍ରଧାନ ଶିକ୍ଷକ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ୫ଟି ସ୍କୁଲ କାମରେ ବ୍ୟାପକ ଅନିୟମିତତା। ଅର୍ଥ ହରିଲୁଟ କଲେ ୫ଟି ସ୍କୁଲ ର ପ୍ରଧାନ ଶିକ୍ଷକ।ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ଅନ୍ତର୍ଗତ ଶ୍ରୀ ମା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୫ଟି ଜରିଆରେ ନୂତନ ଗୃହ ନିର୍ମାଣ ପାଇଁ ୪୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। କିନ୍ତୁ ସେତିକି ଟଙ୍କାର କାମ ନକରି ସ୍କୁଲ ପ୍ରଧାନ ଶିକ୍ଷକ ସୁଧିର କୁମାର ରାଉତ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଉକ୍ତ ଟଙ୍କାର ହିସାବ ଅଢାପତି ଗ୍ରାମର ସୁଶାନ୍ତ ବାରିକ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ।

ସୂଚନା ଅଧିକାରରେ ପ୍ରାପ୍ତ ତଥ୍ୟ ଦେଖିବା ପରେ ସୁଶାନ୍ତଙ୍କ ଅଭିଯୋଗ ମିଳିଥିବା ଦସ୍ତାବିଜର ନକଲ ଅନୁଯାୟୀ ଏକାଧିକ ସଦସ୍ୟଙ୍କ ଦସ୍ତଖତରେ କୌଣସି ସମାନତା ରହୁନାହିଁ। ସମସ୍ତ ଦସ୍ତାବିଜରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ଜାଲି ଦସ୍ତଖତ ହୋଇଥିବା ବେଳେ ବିଦ୍ୟାଳୟ ଆଲୁମିନି କମିଟିର ସଭାପତିଙ୍କ ଦସ୍ତଖତରେ ମଧ୍ୟ ତାଳମେଳ ରହୁନାହିଁ । ସୁଶାନ୍ତଙ୍କ କହିବା ଅନୁଯାୟୀ ଏ ସବୁର ମୁଖ୍ୟ କାର୍ପଟଦାର ହେଉଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ରାଉତ।

ବିଦ୍ୟାଳୟରେ ୫ଟି ଯୋଜନା ଅଧୀନରେ ପୁରୁଣା କାନ୍ଥରେ ନୂଆ ରଙ୍ଗ ବୋଳା ହେବା ସହିତ ପୁରୁଣା ଗ୍ରିଲରେ ରଙ୍ଗ ବୋଳି ସେଗୁଡିକୁ ନୂଆ ଦର୍ଶାଯାଇଛି। ଏଭଳି ଦୁର୍ନୀତି ଖୋର ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି ଜୋର ଧରିଥିବା ବେଳେ ଏଥିରେ ସ୍କୁଲ ପରିଚାଳନା କମିଟି ଏବଂ ଉପରସ୍ତ କେଉଁ ଅଧିକାରୀ ସାମିଲ ଅଛନ୍ତି ତାହା ତଦନ୍ତ ସାପକ୍ଷ୍ୟ ଜରୁରୀ ହୋଇପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ