Masthead

ଭାରତ ପାଇଁ ଐତିହାସିକ ଦିନ, ଗୋଟିଏ ଦିନରେ ୮ ମେଡାଲ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତ ପାଇଁ ଐତିହାସିକ ଦିନ । ଗୋଟିଏ ଦିନରେ ମିଳିଲା ୮ ମେଡାଲ୍ । ଗୋଟିଏ ଦିନରେ ମିଳିଲା ୨ଟି ସ୍ୱର୍ଣ୍ଣ ସହ ୮ଟି ମେଡାଲ୍। ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଲାଗି ଭାରତକୁ ଏଭଳି ସଫଳତା ମିଳିଛି। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ମେଡାଲ୍ ସଂଖ୍ୟା ୧୫ରେ ପହଞ୍ଚିଛି। ମୋଟ ୩ଟି ଗୋଲ୍ଡ, ୫ଟି ସିଲଭର ଏବଂ ୭ ବ୍ରୋଞ୍ଜ ପଦକ ସହ ମେଡାଲ୍ ଟାଲିରେ ୧୫ ତମ ସ୍ଥାନରେ ରହିଛି ଭାରତ।

ଯୋଗେଶ କାଠୁନିଆ ରୌପ୍ୟ ଜିତି ପଞ୍ଚମ ଦିନରେ ମେଡାଲର ଶୁଭାରମ୍ଭ କରିଥିବା ବେଳେ ବ୍ରୋଞ୍ଜ ଜିତି ଦିନର ଶେଷ କରିଥିଲେ ନିତ୍ୟା ଶ୍ରୀ। ଭାରତ ପକ୍ଷରୁ ପଞ୍ଚମ ଦିନରେ ସୁମିତ ଅନ୍ତିଲ ଓ ନୀତେଶ କୁମାର ଗୋଲ୍ଡ ଜିତିଛନ୍ତି। ସୁମିତ ଜାଭେଲିନ୍ ଥ୍ରୋରେ ରେକର୍ଡ ୭୦.୫୯ ମିଟର ଫିଙ୍ଗି ହାତେଇଛନ୍ତି ସ୍ୱର୍ଣ୍ଣ ପଦକ। ସେହିପରି ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଏସଏଲ-୩ କ୍ୟାଟେଗୋରୀରେ ସ୍ୱର୍ଣ୍ଣ ଜିତିଛନ୍ତି ନୀତେଶ କୁମାର। ପୁରୁଷ ଏସଏଲ-୪ କ୍ୟାଟେଗୋରୀରେ ଭାରତର ସୁହାସ ୟଥିରାଜ୍ ଜିତିଛନ୍ତି ସିଲଭର୍ ମେଡାଲ୍। ମହିଳା ସିଙ୍ଗଲ୍ସ ଏସୟୁ-୫ ବର୍ଗରେ ମହିଳା ସଟଲର୍ ଟି.ମୁରୁଗେସନ୍ ରୌପ୍ୟ ଜିତିଥିବା ବେଳେ ମନୀଷା ରାମାଦାସଙ୍କୁ ବ୍ରୋଞ୍ଜ ପଦକ ମିଳିଛି ।

ପଞ୍ଚମ ଦିନରେ ଡିସକସ୍ ଥ୍ରୋ ଏଫ-୫୬ ଇଭେଣ୍ଟରେ ଭାରତର ଯୋଗେଶ କାଠୁନିଆ ରୌପ୍ୟ ପଦକ ଜିତିଛନ୍ତି। ୨୯ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଫୋପାଡି ଭାରତ ପାଇଁ ପଦକ ଜିତିଛନ୍ତି। ସେହିପରି ତୀରନ୍ଦାଜୀ ମିକ୍ସଡ ଇଭେଣ୍ଟରେ ରାକେଶ ଓ ଶୀତଲଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ମହିଳା ସଟଲର ନିତ୍ୟାଶ୍ରୀ ବ୍ରୋଞ୍ଜ ହାତେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି