Masthead

୩ ବିଜେଡି ନେତାଙ୍କ ନାଁରେ ମାମଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଭେନ୍ସାରେ ମଶାଲ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ଘଟଣା। ବୁଧବାର ଅନୁଷ୍ଠିତ ହୋଇଥିବା ମଶାଲ ଶୋଭାଯାତ୍ରାରେ ଗଣ୍ଡଗୋଳକୁ ନେଇ ମାଲଗୋଦାମ ଥାନାରେ ଅଭିଯୋଗ ହୋଇଛି। ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ନାଁରେ ମାମଲା ରୁଜୁ ହୋଇଛି । ରେଭେନ୍ସା ଛାତ୍ରଙ୍କ ଅଭିଯୋଗ ପରେ ମାଲଗୋଦାମ ଥାନାରେ ମାମଲା ହୋଇଥିବା ସୂଚନା ମିଳିଛି । । ତା ସହିତ ବିଜେଡି ନେତା ଲେନିନ୍ ମହାନ୍ତି ଓ ଜଣେ ବିଜୁ ଛାତ୍ର ନେତାଙ୍କ ନାଁରେ ବି ମାମଲା ହୋଇଛି । ମାଡ଼ ମାରିବା ସହ ଧମକଚମକ ଦେବା ଅଭିଯୋଗରେ ସେମାନଙ୍କ ନାମରେ ମାମଲା ହୋଇଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରେଭେନ୍ସା ନାମ ପରିବର୍ତ୍ତନ ମନ୍ତବ୍ୟକୁ ବିରୋଧ କରି ପୁରାତନ ଛାତ୍ରଙ୍କ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ବ୍ୟୋମକେଶ ରାୟ, ଲେନିନ ମହାନ୍ତି, ବବି ଖାନ୍ ପ୍ରମୁଖ ଏବିଭିପିର ସଦସ୍ୟ ତଥା ଛାତ୍ର ଶ୍ୟାମ ସୁନ୍ଦର ସାହୁଙ୍କୁ ମାଡ଼ ମାରିବା ସହ ଗାଲିଗୁଳଜ କରିଥିବା ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ କରି ଏବିଭିପି ପକ୍ଷରୁ ରେଭେନ୍ସା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଏହି ଘଟଣା ଘଟିଥିଲା ବୋଲି କୁହାଯାଇଛି । ଅନ୍ୟପଟେ ଛାତ୍ର ସିଦ୍ଧାର୍ଥ ଷଡ଼ଙ୍ଗୀଙ୍କ ପକ୍ଷରୁ ଦାୟର ପାଲଟା ଅଭିଯୋଗକୁ ନେଇ ମଧ୍ୟ ପୁଲିସ ଆଉ ଏକ ମାମଲା ରୁଜୁ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ