ଗାଉଁଲି ଡାକ୍ତରଙ୍କ ଭୁଲ୍ ଚିକିତ୍ସାରେ ମହିଳା ଗୁରୁତର

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ କ୍ଵାକଙ୍କ ପ୍ରାଦୁର୍ଭାବ । ଭୁଲ ଇଞ୍ଜେକସନ ନେଇ ଗୁରୁତର ହେଲେ ମହିଳା । ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ମହିଳା । ଏଭଳି ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ସାଲେଇଵେଡା ଗ୍ରାମପଞ୍ଚାୟତ ରାଣିଭୋଳ ଗ୍ରାମରେ। ସୁଦୁର ପଶ୍ଚିମ ବଙ୍ଗ ରାଜ୍ୟର ନଦିଆ ଜିଲ୍ଲାର ପାରିତୋଷ ସରକାର କେନ୍ଦୁଜିଆଣି ଶିବ ମନ୍ଦିର ନିକଟରେ ରୋଗୀ ଚିକିତ୍ସା କେନ୍ଦ୍ର କରିଛନ୍ତି। ସୋମବାର ଦିନ ୧ ଟା ସମୟରେ ରାଣୀଭୋଳ ଗ୍ରାମର ମୁତୁଲୁ ହୋଙ୍କ ସ୍ତ୍ରୀ ନୁନି ହୋଙ୍କ ପେଟଵଥା ହେବାରୁ ବଙ୍ଗାଳୀ ଡାକ୍ତରଙ୍କୁ ଦେଖାଇଥିଲେ ।

ପାରିତୋଷ ସରକାର ଏକ ଇଂଜେକସନ ଦେବାରୁ ମହିଳାଙ୍କ ଦେହ କୁଣ୍ଡାଇ ହେବା ସହ ମହିଳା ସଂଜ୍ଞା ହୀନ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ଏକ ଭଡ଼ା ଗାଡ଼ି କରି ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟକୁ ନେଇଥିଲେ ସ୍ୱାମୀ । ଠାକୁରମୁଣ୍ଡା ଡାକ୍ତରଖାନାରେ ଦୁଇ ଘଣ୍ଟା ଚିକିତ୍ସା ପରେ ମହିଳାଙ୍କ ଚେତା ଫେରିଥିଲା। ଠାକୁରମୁଣ୍ଡାରୁ ମହିଳାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

ମାତ୍ର ଅଧିକ ଅର୍ଥ ଖର୍ଚ୍ଚ ଭୟରେ କରଞ୍ଜିଆ ଯିବାକୁ ରାଜି ନହେବାରୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ଚିକିତ୍ସା ଚାଲିଲା। ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ଘଟଣାସ୍ଥଳରେ ପହଞ୍ଚି ବଙ୍ଗାଳୀ ଡାକ୍ତର ପାରିତୋଷ ସରକାରଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି । ସଚେତନତା ଅଭାବରୁ ଲୋକେ କ୍ଵାକଙ୍କ ପାଖରେ ଚିକିତ୍ସା ହୋଇ ଗୁରୁତର ହେଲେ ଡାକ୍ତରଖାନା ଆସୁଥିବା ଦେଖାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’