Masthead

ରିଷିଙ୍କ ପ୍ରେମରେ ନବୀନ ବିଭୋର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବୀନ ବସିଥିଲେ ନବୀନ ନିବାସରେ । ହଠାତ୍ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପହଂଚିଲେ । ରିଷି କିଛି କହିବା ପୂର୍ବରୁ ପାଣ୍ଡିଆନ ମଧ୍ୟ ପହଂଚିଥିଲେ ନବୀନ ନିବାସରେ । ସେ ଏଇଥିପାଇଁ ସେଠାକୁ ଯାଇଥିଲେ ଯେ ନବୀନ ସାର ସେଦିନ ମେଡିସିନ ଖାଇଛନ୍ତି ନା ନାହିଁ ବୁଝିବାପାଇଁ। ଏହାରି ଭିତରେ ଋଷି ଆରମ୍ଭ କଲେ ରାଜନୀତିର ଚର୍ଚ୍ଚା । ସେ କହିଲେ ଯେ ସାର, ଆପଣ ବାଏ ଇଲେକ୍ସନ ଲାଗି ପ୍ରସ୍ତୁତ ହୋଇଯାଆନ୍ତୁ । ନବୀନ ଟିକେ ହସି ଦେଲେ, କହିଲେ କ’ଣ ପାଇଁ?

ହାଇକୋର୍ଟରେ କେଶ ଫାଇଲ ହୋଇଛି । ଏହାରି ଭିତରେ ବିଜେପିର ୭ଜଣ ଏମଏଲଏ କମିିବେ । ସେଇଠି ଯେଉଁ ବାଏ ଇଲେକ୍ସନ ହେବ ଆପଣ ଖାଲି ଗାଡ଼ିରେ ବସିବେ । ଆଉ ହାତ ହଲାଇ ଚାଲି ଆସିବେ । ସାତ ବିଜେପି ଆସିଲେ ଆମର ଷାଠିଏ । ଦରକାର ପଡ଼ିଲେ ଆମେ କଂଗ୍ରେସ ସହ ହାତ ମିଶେଇ ଦେବା । ନୂଆ ସରକାର କରିବା, ଏମାନଙ୍କୁ ବିଦା କରିବା । ନିକଟରେ ଏକ ସଭାରେ ବିଜେଡି ସାଂସଦ ରିଷି ସାମନ୍ତରାୟ ଏହା କହୁଥିଲେ । ଏହା ଗପ ନୁହେଁ, ସତ । ନବୀନ ନିବାସରେ ନବୀନ ବାବୁଙ୍କ ସାମନାରେ ଋଷି ବାବୁ ଏ କଥା କହୁଥିବା ବେଳେ ସେଠି ଉପସ୍ଥିତ ଥିଲେ ପାଣ୍ଡିଆନ ବାବୁ । ନବୀନ ମୁରୁକି ହସିଲେ, ଆଖି ବୁଜି ସ୍ୱପ୍ନ ରାଇଜକୁ ଚାଲିଗଲେ । ତଥାପି ସ୍ୱପ୍ନ ବାକି ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ