ଜୀବନ ନେଉଛି ଅଜଣା ରୋଗ

ପଡ଼ିଆ (ବଡ଼ ଖବର ବ୍ୟୁରୋ): ଆତଙ୍କ ଖେଳାଇଛି ଅଜଣା ରୋଗ । ଅକାଳରେ ଗଡ଼ୁଛି ମୁଣ୍ଡ । ପଡ଼ିଆ ବ୍ଲକରୁ ଆସିଛି ଏଭଳି ଦୁଃଖଦ ଖବର । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୯ଜଣଙ୍କ ଜୀବନ ଗଲାଣି । ନୀଲିଗୁଡ଼ାର ୫ଜଣଙ୍କ ଜୀବନ ଯାଇଥିବା ବେଳେ ଭେଞ୍ଚନପାଲ୍ଲୀ ଓ ବାପନପଲ୍ଲୀ ଅଞ୍ଚଳର ମଧ୍ୟ ୪ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଲାଗିରହିଛି ।

ଅଜଣା ରୋଗରେ କବଳିତ ହୋଇଥିିବା ଲୋକଙ୍କ ଶରୀର ଫୁଲିବାରେ ଲାଗୁଛି । ଲୋକେ ଖାଇବା, ପିଇବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି । ଆଦିବାସୀ ଅଞ୍ଚଳରେ ଚିକିତ୍ସାର ନଗ୍ନରୂପ ଅନୁଭବ ହେଉଛି । ସରକାରଙ୍କ ବହୁ ପ୍ରଚାରିତ ସ୍ୱାସ୍ଥ୍ୟସେବା ଏହି ଅଞ୍ଚଳର ଲୋକଙ୍କ ପାଇଁ ବର୍ତ୍ତମାନ ସମ୍ଭବ ହୋଇପାରିନି । ବାଧ୍ୟ ହୋଇ ସେମାନେ ଚେରମୂଳି ଓ ଗୁଣି ଗାରେଡି ଉପରେ ଭରଷା କରୁଛନ୍ତି । ଉପଯୁକ୍ତ ଚିକିତ୍ସା ଅଭାବରୁ ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଝଡିବାରେ ଲାଗିଛି । ସରକାରୀ ସହାୟତା କିମ୍ବା ଡାକ୍ତରୀ ଟିମ ଏଯାବତ ଗାଁରେ ପହଞ୍ଚି ନଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ମୁକାଙ୍କ ପ୍ରଥମେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ହାତ, ଗୋଡ, ମୁହଁ ଓ ପେଟ ଫୁଲିବାରେ ଲାଗିଥିଲା । ପରିବାର ଲୋକେ ମେଡିକାଲ ନେବା ପରିବର୍ତ୍ତେ ଚେରମୂଳି ଖୁଆଇଥିଲେ । ଶେଷରେ ଚିକିତ୍ସାରେ ଅବହେଳା ହେବାରୁ ମୁକାଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ଗାଁର ଗଙ୍ଗା ବାଟା, ଯୋଗେନ୍ଦ୍ର ବାଟା, ବାଟା ଗଙ୍ଗା ପ୍ରମୁଖ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି । ଏବେ ୫୭ ବର୍ଷୀୟା ବେକ ମୁକେ, ସୋମା ମାଡି, ଗଙ୍ଗା କାରାମ ଓ ଇର୍ମା ମାଡି ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରଣ ସହ ଲଢ଼େଇ କରୁଛନ୍ତି । ସରକାରୀ ସହାୟତା କିମ୍ବା ସ୍ୱାସ୍ଥ୍ୟସେବା ଯୋଗାଇ ଦେଲେ ଏମାନେ ସୁସ୍ଥ ହୋଇ ଯାଆନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!