Masthead

ଆଜି ଶପଥ ନେବେ ଓମାର ଅବଦୁଲ୍ଲା

ଜାମ୍ମୁ-କାଶ୍ମୀରର (ବଡ଼ ଖବର ବ୍ୟୁରୋ): ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ଓମାର ଅବଦୁଲ୍ଲା । ସରକାର ଗଠନ ପାଇଁ ନିମନ୍ତ୍ରଣ କଲେ ଉପରାଜ୍ୟପାଳ । ପୂର୍ବାହ୍ନ ୧୧ଟା ୩୦ରେ ଶପଥ ଗ୍ରହଣ ସମାରୋହ । ରାଷ୍ଟ୍ରପତି ଶାସନ ହଟିବା ପରେ ଆଜିଠୁ ନୂଆ ସରକା । ନିର୍ବାଚନରେ କଂଗ୍ରେସ ଓ ଏନସି ମେଣ୍ଟକୁ ମିଳିଛି ବହୁମତ । ଜମ୍ମୁ-କଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ ବୋଲି ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଓମାର ଅବଦୁଲ୍ଲା।

ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଏହି ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ତାଙ୍କ ନେସ୍ନାଲ୍ କନ୍ଫରେନ୍ସ ଦଳ ବିଜୟ ଲାଭ କରିଥିବା ବେଳେ ସେ ଆଜି ଶପଥ ନେବେ। ଆଜି ସେର-ଆଇ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସ୍କେଆଇସିସି)ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଶେଷ ହୋଇଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି। ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସକାଳ ୧୧.୩୦ରେ ଓମାର ଅବଦୁଲ୍ଲା ଏବଂ ତାଙ୍କ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପରିଚାଳନା କରିବେ।

ନେସ୍ନାଲ୍ କନ୍ଫରେନ୍ସ (ଏନସି) ଆଜି ଶ୍ରୀନଗରରେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଇଣ୍ଡିଆ ବ୍ଲକ୍ର ସହଯୋଗୀ ନେତାମାନଙ୍କୁ ଆମନ୍ତ୍ରଣ କରିଛି। ଏହି ଶପଥ ଗ୍ରହଣ ସମାରୋହକୁ ଇଣ୍ଡିଆ ବ୍ଲକର ପ୍ରମୁଖ ନେତା ରାହୁଲ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ନିମନ୍ତ୍ରଣ ରହିଛି। ଏନସିପି ସଭାପତି ଶରଦ ପାୱାର, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଆରଜେଡିର ଲାଲୁ ପ୍ରସାଦ ଯାଦବ ଏବଂ ଡିଏମକେର ଏମ କେ ଷ୍ଟାଲିନ ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି। ଅନ୍ୟ ପ୍ରମୁଖ ନିମନ୍ତ୍ରିତ ବ୍ୟକ୍ତିଙ୍କ ମଧ୍ୟରେ ଶିବସେନାର ଉଦ୍ଧବ ଠାକରେ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପିଡିପିର ମେହବୁବା ମୁଫତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆପର ଅରବିନ୍ଦ କେଜ୍ରିୱାଲ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ