Masthead

ମହାବାତ୍ୟାକୁ ୨୫ ବର୍ଷ, ଦୋହଲିଯାଇଥିଲା ଓଡ଼ିଶାର ମେରୁଦଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସେ ଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ତାରିଖ। ପ୍ରକୃତି ତାଣ୍ଡବ ଆଗରେ ସବୁ କିଛି ହାର ମାନିଲା। ୨୫ବର୍ଷର ଏହି କ୍ଷତ ଚିହ୍ନକୁ ଆଜି ବି ଭୁଲି ପାରୁନାହାନ୍ତି ଓଡ଼ିଶାବାସୀ। ୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡ଼ିଶା ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିଥିଲା । ଏଥିରେ ପୋକମାଛି ଭଳି ମଣିଷ ମରିଥିଲେ । ଶବର ପାହାଡ଼ ଗଦା ହୋଇ ଯାଇଥିଲା । ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୩୧ ହଜାର ୯୪୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ମହାବାତ୍ୟା କୋପରେ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଏହାର ୨୫ ବର୍ଷ ପରେ ସେହି ଅକ୍ଟୋବର ମାସରେ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା ।

କିନ୍ତୁ ମହାବାତ୍ୟାରୁ ମିଳିଥିବା ଶିକ୍ଷା, ଅଭିଜ୍ଞତା ଓ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଜିରୋ କାଜୁଆଲିଟି ବା ଶୂନ ମୃତ୍ୟୁ ସମ୍ଭବ ହୋଇଛି । ବିଗତ ଦିନରେ ହୋଇଥିବା ବାତ୍ୟାର ଭୟାବହତାକୁ ବୁଝିବା ଓ ଏଥିରୁ ଶିକ୍ଷା ନେଇ ଏହାକୁ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ସରକାର ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ କରୁଛନ୍ତି । ୧୯୯୯ ମହାବାତ୍ୟା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ମାଡ଼ ହୋଇଥିଲା । ଏହା ପ୍ରଭାବରେ ଘଣ୍ଟାକୁ ୨୬୦ରୁ ୨୭୦ କିଲୋମିଟର ବେଗରେ ପବନ ହୋଇଥିଲା । ଜଗତସିଂହପୁର ସହ ପୂରା ଉପକୂଳକୁ ଏହା ଛାରଖାର କରି ଦେଇଥିଲା । ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ ବି ମରିଥିଲେ ।

ଉପକୂଳ ଓଡ଼ିଶାର ୭୫% ଦ୍ରୁମ ମାଟିରେ ଶୋଇଥିଲା । ମହାବାତ୍ୟା ପରେ ଓଡ଼ିଶାର ଚିତ୍ର ବଦଳି ଯାଇଥିଲା । ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା । ସମୁଦ୍ରରୁ ଜନବସତି ଅଞ୍ଚଳକୁ ୨୦ ଫୁଟର ଜୁଆର ପାଣି ମାଡ଼ି ଆସିଥିଲା । ଏଭଳି ଧ୍ୱଂସଳୀଳା ରାଜ୍ୟକୁ ଅନେକ ବର୍ଷ ପଛକୁ ନେଇ ଯାଇଥିଲା । ସେପଟେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଚିତ୍ର ଅନେକ ବଦଳି ଯାଇଛି। ହେଲେ ସେହି ପ୍ରଳୟଙ୍କାରୀ ମହାବାତ୍ୟା ବିଭୀଷିକା କଥା ମନେ ପଡିଲେ ଆଜି ବି ଆତ୍ମୀୟଙ୍କୁ ହରାଇଥିବା ଲୋକଙ୍କ ମନରେ ଲୁହ ଆସିଯାଏ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ପଞ୍ଚାୟତ ମଧୁପୁର ଗ୍ରାମର କଳ୍ପନା ବେହେରା। ମହାବାତ୍ୟାରେ ପୁଅ, ଝିଅ, ସ୍ୱାମୀ ସହ ପରିବାର ସଦସ୍ୟ ଙ୍କୁ ହରାଇଛନ୍ତି।

ଆଉ ନୂଆଗଡ ଗାଁ ମୁଣ୍ଡରେ ଲୋଟି ରହିଥିବା ଅଶ୍ୱତଥ ଗଛ ବୟାନ କରୁଛି କେତେ ଭୟଙ୍କର ଥିଲା ବାତ୍ୟା। ୧୯୯୯ ମହାବାତ୍ୟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଅନେକ କ୍ଷତି ହୋଇଥିଲା। ପୁରୀ ଜିଲ୍ଲାରେ ୩୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅସ୍ତରଙ୍ଗ ଅଞ୍ଚଳରେ ୧୬୦ଜଣରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇଥିଲା। ମହାବାତ୍ୟା ପରେ ଓଡ଼ିଶା ୧୩ଟି ବାତ୍ୟାକୁ ସାମ୍ନା କରି ସାରିଲାଣି । ଏଥିରୁ ୯ଟି ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ମାଡ଼ ହୋଇଛି, ୪ଟିର ପ୍ରଭାବ ପଡ଼ିଛି ।

କିନ୍ତୁ ଓଡ଼ିଶା ପ୍ରତିଥର ଏହାକୁ ସଫଳ ମୁକାବିଲା କରିଛି । ୨୦୧୩ ଅକ୍ଟୋବରରେ ଫାଇଲିନ୍ ଗୋପାଳପୁରରେ ମାଡ଼ ହୋଇଥିଲା । ଏଥିରେ ପ୍ରାୟ ୯୦ଲକ୍ଷ ପ୍ରଭାବିତ ହୋଇଥିଲେ ଓ ୨ଲକ୍ଷ ୩୦ହଜାର ଘର ଭାଙ୍ଗି ଯାଇଥିଲା । ୨୪୦୦ କୋଟିର ସମ୍ପତ୍ତି ନଷ୍ଟ ହୋଇଥିଲା । ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ହୁଡହୁଡ୍, ତିତ୍ଲି, ବୁଲବୁଲ, ଫନି, ଅମ୍ପାନ୍, ଗୁଲାବ, ଜୱାଦ, ସିତରଙ୍ଗ, ମାଣ୍ଡୋସ୍, ଆସାନୀ ଓ ୟସ୍ ଭଳି ବାତ୍ୟା ଓଡ଼ିଶାରେ ମାଡ଼ ହୋଇଛି । କିନ୍ତୁ ସବୁଥର ମୃତ୍ୟୁ ସଂଖ୍ୟା ଓ କ୍ଷୟକ୍ଷତିର ପରିମାଣ ପୂର୍ବାପେକ୍ଷା କମିଛି । ଗତ ୫୭ ବର୍ଷରେ ରାଜ୍ୟବାସୀ ମୋଟ ୧୬ଟି ବାତ୍ୟା ଦେଖିଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା