Masthead

ଆଜିଠାରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪- ୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଲାଗି ଆଜିଠୁ ଆରମ୍ଭ ହେଉଛି ଫର୍ମ ପୂରଣ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍ଲାଇନରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ୩ ତାରିଖରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି ।ଅନ୍ୟପକ୍ଷରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ ଯଥା ଫର୍ମେଟିଭ୍ ଆସେସ୍ମେଣ୍ଟ (ଏଫ୍ଏ-୧ ଓ ଏଫ୍ଏ-୨) ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍ସାଇଟ୍ରେ ଅପଲୋଡ୍ କରିବେ । ଇଣ୍ଟରନାଲ୍ ଆସେସ୍ମେଣ୍ଟ ମାର୍କ ସହ ଆସ୍ପ୍ରେସ୍ନାଲ୍ କମ୍ପୋନେଣ୍ଟସ୍ ମାର୍କ ପ୍ରଧାନ ଶିକ୍ଷକମାନେ ଅପଲୋଡ୍ କରିବେ ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ମାର୍କ ଅପଲୋଡ୍ ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ହାଇସ୍କୁଲ୍ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସେହିପରି ଟର୍ମ-୨ ସିଲାବସ୍ ଆଧାରରେ ଏଫ୍ଏ-୩ ଓ ଏଫ୍ଏ-୪ ପରୀକ୍ଷା ମାର୍କ ସହ ଆସ୍ପ୍ରେସ୍ନାଲ୍ କମ୍ପୋନେଣ୍ଟସ୍ ମାର୍କ ଆସନ୍ତା ଜାନୁଆରୀ ସୁଦ୍ଧା ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବ୍ସାଇଟ୍ରେ ଅପଲୋଡ୍ କରିବେ ବୋଲି ଯୋଜନା ରହିଛି । ସୂଚନାଯୋଗ୍ୟ, ମାଟ୍ରିକ୍ ପରୀକ୍ଷାରେ ମୋଟ ୬ଟି ବିଷୟର ୬୦୦ ମାର୍କ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ଶହେ ନମ୍ବର ଲେଖାଏଁ ପରୀକ୍ଷା ଦେଲେ ମଧ୍ୟ ପ୍ରତି ବିଷୟରୁ ୮୦ ନମ୍ବର ଏବଂ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଓ ଆସ୍ପ୍ରେସ୍ନାଲ୍ କମ୍ପୋନେଣ୍ଟସ୍ ମାର୍କରୁ ୨୦ ନମ୍ବର ନିଆଯାଇ ମୂଲ୍ୟାୟନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି