Masthead

ଆଜିଠାରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୪- ୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଲାଗି ଆଜିଠୁ ଆରମ୍ଭ ହେଉଛି ଫର୍ମ ପୂରଣ । ଆସନ୍ତା ୧୮ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ। ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍ଲାଇନରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ୩ ତାରିଖରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି ।ଅନ୍ୟପକ୍ଷରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସିଲାବସ୍ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ ଯଥା ଫର୍ମେଟିଭ୍ ଆସେସ୍ମେଣ୍ଟ (ଏଫ୍ଏ-୧ ଓ ଏଫ୍ଏ-୨) ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍ସାଇଟ୍ରେ ଅପଲୋଡ୍ କରିବେ । ଇଣ୍ଟରନାଲ୍ ଆସେସ୍ମେଣ୍ଟ ମାର୍କ ସହ ଆସ୍ପ୍ରେସ୍ନାଲ୍ କମ୍ପୋନେଣ୍ଟସ୍ ମାର୍କ ପ୍ରଧାନ ଶିକ୍ଷକମାନେ ଅପଲୋଡ୍ କରିବେ ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ମାର୍କ ଅପଲୋଡ୍ ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ହାଇସ୍କୁଲ୍ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସେହିପରି ଟର୍ମ-୨ ସିଲାବସ୍ ଆଧାରରେ ଏଫ୍ଏ-୩ ଓ ଏଫ୍ଏ-୪ ପରୀକ୍ଷା ମାର୍କ ସହ ଆସ୍ପ୍ରେସ୍ନାଲ୍ କମ୍ପୋନେଣ୍ଟସ୍ ମାର୍କ ଆସନ୍ତା ଜାନୁଆରୀ ସୁଦ୍ଧା ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବ୍ସାଇଟ୍ରେ ଅପଲୋଡ୍ କରିବେ ବୋଲି ଯୋଜନା ରହିଛି । ସୂଚନାଯୋଗ୍ୟ, ମାଟ୍ରିକ୍ ପରୀକ୍ଷାରେ ମୋଟ ୬ଟି ବିଷୟର ୬୦୦ ମାର୍କ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନେ ପ୍ରତି ବିଷୟରେ ଶହେ ନମ୍ବର ଲେଖାଏଁ ପରୀକ୍ଷା ଦେଲେ ମଧ୍ୟ ପ୍ରତି ବିଷୟରୁ ୮୦ ନମ୍ବର ଏବଂ ଇଣ୍ଟରନାଲ୍ ଆସେସ୍ମେଣ୍ଟ ଓ ଆସ୍ପ୍ରେସ୍ନାଲ୍ କମ୍ପୋନେଣ୍ଟସ୍ ମାର୍କରୁ ୨୦ ନମ୍ବର ନିଆଯାଇ ମୂଲ୍ୟାୟନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା