Masthead

ଆଜି ବସିବ ଛତିଶା ନଯୋଗ ବୈଠକ

ପୁରୀ (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ବସିବ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ । ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନିମନ୍ତେ ସମୟ ନିର୍ଘଣ୍ଟ, ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହେବ । ସନ୍ଧ୍ୟା ସାଢ଼େ ୫ଟା ବେଳେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସଭାଗୃହରେ ଏହି ବୈଠକ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିରେ ଅଧ୍ୟକ୍ଷତା କରିବେ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନିମନ୍ତେ ସମୟ ନିର୍ଘଣ୍ଟ କରିବାକୁ ଦୁଇ ଜଣିଆ କମିଟି ବୈଠକରେ ବିବରଣୀ ରଖିବା ପରେ ଏହାକୁ ଆଲୋଚନା କରାଯାଇ ଚୂଡ଼ାନ୍ତ ମୋହର ବାଜିବ । ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ୫ରୁ ୬ ଘଣ୍ଟା ଆବଶ୍ୟକ ଥିବା ବେଳେ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ଜୁଲାଇ ୧୪ ଓ ୧୮ ତାରିଖରେ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା । ଅଗଷ୍ଟ ୨୩ରେ ଖାଲି ସିନ୍ଦୁକକୁ ଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା ।

ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିଥିଲା ଏଏସଆଇର ବୈଷୟିକ ଟିମ୍‌ । ଏବେ ମରାମତି ଓ ଗଣତି ମଣତି ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ବାକି ରହିଥିବା ବେଳେ ଆଜିର ଛତିଶାନି‌ଯୋଗ ବୈଠକରେ କଣ ନିଷ୍ପତ୍ତି ନିଆଯାଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା