Masthead

ହାଇଦ୍ରାବାଦ ସେଣ୍ଟ୍ରାଲ ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଲରୁ ବାହାରିଲେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ। ହାଇକୋର୍ଟରୁ ଜାମିନ୍ ପାଇବା ପରେ ଆଜି ସକାଳୁ ସେ ହାଇଦ୍ରାବାଦ ସ୍ଥିତ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଛନ୍ତି। ଗତକାଲି ବେଲ୍ ମିଳିଥିଲେ ବି ସେ ଜେଲରେ ରାତି କାଟିଥିଲେ। ସାରା ରାତି ଜେଲରେ କାଟିବା ପରେ ମୁକୁଳିଲେ ଅଲ୍ଲୁ ଅର୍ଜ୍ଜୁନ। ଜାମିନ ମିଳିବା ପରେ ବି ଜେଲରେ ଥିଲେ ଅଲ୍ଲୁ ହାଇଦ୍ରାବାଦ ସେଣ୍ଟ୍ରାଲ ଜେଲରୁ ବାହାରିଲେ ଦଳାଚକଟା ମାମଲାରେ ମିଳିଛି ଅନ୍ତରୀଣ ଜାମିନ । ପୁଷ୍ପା-୨ ପ୍ରିମୟର ବେଳେ ହୋଇଥିଲା ଦଳାଚକଟା ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ହାଇକୋର୍ଟରୁ ଜାମିନ ମିଳିବା ସତ୍ତ୍ୱେ ଗତକାଲି କାହିଁକି ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇ ନଥିଲା, ତାକୁ ନେଇ ଉଠିଛି ପ୍ରଶ୍ନ।

ଅଲ୍ଲୁ ଅର୍ଜୁନଙ୍କ ଓକିଲ କହିଛନ୍ତି, ଜେଲ୍ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଅର୍ଡର କପି ପାଇଥିଲେ। ତଥାପି ତାଙ୍କୁ ରିଲିଜ କରି ନଥିଲେ। ତାଙ୍କୁ ଏମିତି ଅଟକ ରଖାଯିବା ବେଆଇନ। ଏହା ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ଓକିଲ। ଜେଲ୍‌ରୁ ବାହାରିବା ପରେ ଅଲ୍ଲୁ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଭଲ ଅଛି। ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ। ସମସ୍ତ ପ୍ରକାର ସହଯୋଗ କରିବି। ଅଲ୍ଲୁ ଅର୍ଜ୍ଜୁନ ପୁଣି ଥରେ ସେହି ମୃତ ମହିଳାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ମୁଁ ପୁଣି ଥରେ ସେହି ପରିବାରକୁ ମୋର ସମବେଦନା ଜଣାଉଛି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଥିଲା। ଯାହା ଘଟିଲା, ସେଥିପାଇଁ ଆମେ ଦୁଃଖିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ