Masthead

ରାସ୍ତାକାମ ନହେଲେ ଆତ୍ମହୂତି ଦେବ ସରପଞ୍ଚ, ସମିତି ସଭ୍ୟ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଲିଖିତ ପ୍ରତିଶ୍ରୁତି ନଦେଲେ ଆତ୍ମହୁତି ଦେବେ ସରପଞ୍ଚ, ସମିତି ମେମ୍ବର । ଦଶପଲ୍ଲା ନିର୍ବାଚନମଣ୍ଡଳୀର ନୂଆଗାଁ ବ୍ଳକ ସୋରଡ଼ା ପଞ୍ଚାୟତ ସୋରଡା ଠାରୁ ଗୌଡ ଚାଞ୍ଚରାପଲୀ ସାହି ପର୍ଯ୍ୟନ୍ତ ରାସ୍ତାର କାମପାଇଁ ୨୦୨୧ ଡିସେମ୍ବର ୧୮ ତାରିଖରେ ବର୍ତ୍ତମାନର ବିଧାୟକ ଏବଂ ପୂର୍ବତନ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାସ୍ତା କାମ ପାଇଁ ଠିକାଦାର ସଂସ୍ଥା ପାଲ୍ ଆଣ୍ଡ ପାଲ୍ ଇନଫାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ଶୈଳଶ୍ରୀ ବିହାର ଭୁବନେଶ୍ୱରକୁ ଟେଣ୍ଡର ଦିଆଯାଇଛି ।

୨୦୨୧ ନଭେମ୍ବର ୨୫ ତାରିଖରୁ ଆରମ୍ଭ କରି ୨୦୨୨ ଅଗଷ୍ଟ ୨୪ ମଧ୍ୟରେ ରାସ୍ତାର କାମଶେଷ କରିବାର ବୋର୍ଡରେ ଉଲ୍ଲେଖ ରହିଛି । ଧାର୍ଯ୍ୟ ଦିନକୁ ବେଖାତିର କରି ଠିକାଦାର ମନମୁଖି ରାସ୍ତାକାମକୁ କଛପ ଗତିରେ କରୁଥିବାରୁ ସୋରାଡା ସରପଞ୍ଚ ସମେତ ଗ୍ରାମବାସୀ ୨୦୨୩ ଜାନୁଆରୀ ୧୭ରେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ କୌଣସି ଫଳପ୍ରଦ ନହେବାରୁ ଗତକାଲି ଠାରୁ ଦିବାରାତ୍ର ସୋରଡା ସରପଞ୍ଚ, ସମିତି ମେମ୍ବର ଅନସନରେ ବସିଛନ୍ତି । ନୂଆଗାଁ ତହସିଲଦାର, ବିଡିଓ ଘଟଣାସ୍ଥଳେ ପହଞ୍ଚି ବହୁ ବୁଝାସୁଝା କରି ବିଫଳ ହୋଇଥିଲେ । ରାସ୍ତାକାମ ସରିବା ପର୍ଯ୍ୟନ୍ତ ନଚେତ୍ ପ୍ରଶାସନର ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଧରଣାରେ ବସିରହିବୁ । କାମ ନହେଲେ ଆତ୍ମହୁତି ଦେବେବୋଲି ସରପଞ୍ଚ ଏବଂ ସମିତି ମେମ୍ବର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି