Masthead

ରାସ୍ତାକାମ ନହେଲେ ଆତ୍ମହୂତି ଦେବ ସରପଞ୍ଚ, ସମିତି ସଭ୍ୟ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଲିଖିତ ପ୍ରତିଶ୍ରୁତି ନଦେଲେ ଆତ୍ମହୁତି ଦେବେ ସରପଞ୍ଚ, ସମିତି ମେମ୍ବର । ଦଶପଲ୍ଲା ନିର୍ବାଚନମଣ୍ଡଳୀର ନୂଆଗାଁ ବ୍ଳକ ସୋରଡ଼ା ପଞ୍ଚାୟତ ସୋରଡା ଠାରୁ ଗୌଡ ଚାଞ୍ଚରାପଲୀ ସାହି ପର୍ଯ୍ୟନ୍ତ ରାସ୍ତାର କାମପାଇଁ ୨୦୨୧ ଡିସେମ୍ବର ୧୮ ତାରିଖରେ ବର୍ତ୍ତମାନର ବିଧାୟକ ଏବଂ ପୂର୍ବତନ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାସ୍ତା କାମ ପାଇଁ ଠିକାଦାର ସଂସ୍ଥା ପାଲ୍ ଆଣ୍ଡ ପାଲ୍ ଇନଫାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ଶୈଳଶ୍ରୀ ବିହାର ଭୁବନେଶ୍ୱରକୁ ଟେଣ୍ଡର ଦିଆଯାଇଛି ।

୨୦୨୧ ନଭେମ୍ବର ୨୫ ତାରିଖରୁ ଆରମ୍ଭ କରି ୨୦୨୨ ଅଗଷ୍ଟ ୨୪ ମଧ୍ୟରେ ରାସ୍ତାର କାମଶେଷ କରିବାର ବୋର୍ଡରେ ଉଲ୍ଲେଖ ରହିଛି । ଧାର୍ଯ୍ୟ ଦିନକୁ ବେଖାତିର କରି ଠିକାଦାର ମନମୁଖି ରାସ୍ତାକାମକୁ କଛପ ଗତିରେ କରୁଥିବାରୁ ସୋରାଡା ସରପଞ୍ଚ ସମେତ ଗ୍ରାମବାସୀ ୨୦୨୩ ଜାନୁଆରୀ ୧୭ରେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ କୌଣସି ଫଳପ୍ରଦ ନହେବାରୁ ଗତକାଲି ଠାରୁ ଦିବାରାତ୍ର ସୋରଡା ସରପଞ୍ଚ, ସମିତି ମେମ୍ବର ଅନସନରେ ବସିଛନ୍ତି । ନୂଆଗାଁ ତହସିଲଦାର, ବିଡିଓ ଘଟଣାସ୍ଥଳେ ପହଞ୍ଚି ବହୁ ବୁଝାସୁଝା କରି ବିଫଳ ହୋଇଥିଲେ । ରାସ୍ତାକାମ ସରିବା ପର୍ଯ୍ୟନ୍ତ ନଚେତ୍ ପ୍ରଶାସନର ଲିଖିତ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଧରଣାରେ ବସିରହିବୁ । କାମ ନହେଲେ ଆତ୍ମହୁତି ଦେବେବୋଲି ସରପଞ୍ଚ ଏବଂ ସମିତି ମେମ୍ବର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ