Masthead

ପ୍ରବଳ କୁହୁଡି ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରୁ ଗାଏବ ହୋଇଛି ଶୀତ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଏଥିପାଇଁ ଆଉ ଶୀତ ଅନୁଭୂତ ହେଉନି । ପାରାଦୀପରେ ରାତି ତାପମାତ୍ରା ୧୮.୫ ଡିଗ୍ରୀ ରହିଥିଲା । ପୁରୀରେ ୧୮.୨, ଗୋପାଳପୁରରେ ୧୮.୧ ଓ ଭୁବନେଶ୍ୱରରେ ୧୭.୫, ଛତ୍ରପୁରରେ ୧୭.୪ ଡିଗ୍ରୀ ରହିଥିଲା । ଆହୁରି ୪ ଦିନ ଏଭଳି ସ୍ଥିତି ରହିବ । ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି । କାଁ ଭାଁ କିଛି ସ୍ଥାନରେ ଶୀତ ଅନୁଭୂତ ହେବ ।

ସୋମବାରଠାରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଫଳରେ ଶୀତ ସାମାନ୍ୟ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ସକାଳୁ ସକାଳୁ ପ୍ରବଳ କୁହୁଡ଼ି । ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ପାଇଁ ଯାତାୟାତରେ ସମସ୍ୟା ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ପାଇଁ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସକାଳ ସାଢେ ୮ଟା ସୁଦ୍ଧା ଘନ କୁହୁଡି ପାଇଁ ୫୦ ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହୋଇପାରିବ ନାହିଁ ବୋଲି ସତର୍କ କରାଇଥିଲା ପାଣିପାଗ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ