ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଘୋଟାଲା

କଟକ(ବଡ଼ ଖବର ବ୍ୟୁରୋ): ରାଜ୍ୟର ଗରିବ ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର କାର୍ଯ୍ୟକାରୀ କରୁଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାତ୍ର ଏହି ଯୋଜନାରେ ଲୋକେ ତ ଉପକୃତ ହେଉ ନାହାନ୍ତି ବରଂ ହୋଇଛି ମହାଘୋଟାଲା । କଟକ ସହର ଓ ଜିଲ୍ଲାରେ ଥିବା ଘରୋଇ ନସିଂହୋମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ଯେଉଁ ସେବା ଯୋଗାଇ ଦିଆଯାଉଛି, ସେଥିରେ ମହାଘୋଟାଲା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ଉର୍ମିଳା ନର୍ସିଂହୋମ ମାଲିକ । ବହୁ ଘରୋଇ ନସିଂହୋମ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ରୋଗୀମାନଙ୍କୁ ଚିକିତ୍ସା ନ କରାଇ ମିଛ ବିଲ୍ କରି ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ହରିଲୁଟ୍ କରୁଛନ୍ତି ବୋଲି ନର୍ସିଂହୋମ ମାଲିକ କହିଛନ୍ତି । ଏହି ଜାଳିଆତିରେ ବହୁ ନସିଂହୋମ୍ ଧରାପଡ଼ିବା ପରେ ସେଗୁଡିକୁ ସ୍ଵାସ୍ଥ୍ୟ ବିଭାଗ ତରଫରୁ କଳା ତାଲିକାଭୁକ୍ତ କରାଯାଇଥିଲା। ସେହି ନସିଂହୋମ ଗୁଡ଼ିକ ମଧ୍ୟରେ ସଦ୍‌ଗୁରୁ ହସ୍‌ପିଟାଲ, ଖଦିଜା ହସ୍‌ପିଟାଲ, ଦି ଚାଇଲ୍ଡ ହସ୍ପିଟାଲ, ଲାପାରୋସ୍କୋପି ହସ୍ପିଟାଲ, ଗୀତା ମେମୋରିଆଲ୍ ହସ୍ପିଟାଲ , ଶ୍ରଦ୍ଧା କ୍ଲିନିକ୍, ସନ୍ ହସ୍ପିଟାଲ୍ ପ୍ରଭୃତି । ଉକ୍ତ ନର୍ସିଂହୋମଗୁଡ଼ିକ କଳା ତାଲିକାଭୁକ୍ତ ଥାଇ ମଧ୍ୟ ପୁନର୍ବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା କରାଇବା ପାଇଁ ସୁଯୋଗ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ କିଛି କାରଣ ନଥାଇ ଉର୍ମିଳା ନର୍ସିଂହୋମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଇସେନ୍ସକୁ ରଦ୍ଦ କରାଯାଇଛି । ଖାଳି ସେତିକି ନୁହେଁ, ୧ଲକ୍ଷ ୩୭ହଜାର ଟଙ୍କା ଜୋରିମାନା କରାଯାଇଥିବା ଉର୍ମିଳା ନର୍ସିଂହୋମ ମାଲିକ କହିଛନ୍ତି ।

ଅଭିଯୋଗ ଅନୁଯାୟୀ, କଟକ ସିଡିଏମ୍ଓଙ୍କ କାର୍ଯ୍ୟାଳୟର ଅଜିତ ନାମକ ଜଣେ କର୍ମଚାରୀ ସମସ୍ତ ଘରୋଇ ନସିଂହୋମ୍ ତଦାରଖ କରୁଛନ୍ତି । ସେ ଏହି କଳା ତାଲିକାଭୁକ୍ତ ଘରୋଇ ନସିଂହୋମ ମାଲିକମାନଙ୍କ ସହ ସୁସମ୍ପର୍କ ରଖି ସେମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ପୁନର୍ବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉର୍ମିଳା ନର୍ସିଂହୋମ୍ ମାଲିକ । ଏହି ନର୍ସିଂହୋଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ବାବଦରେ ଥିବା ଟିପ ଚିହ୍ନକୁ ରୋଗୀମାନଙ୍କଠାରୁ ନିଅନ୍ତି ନାହିଁ । ଦଲାଲମାନଙ୍କ ଟିପଚିହ୍ନକୁ ବ୍ୟବହାର କରି ମିଛ ବିଲ୍ କରି ରୋଗୀ ଚିକିତ୍ସା ନାମରେ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି । ଏହିପରି କିଛି ନର୍ସିଂହୋମ ମାଲିକମାନଙ୍କଙ୍କ ସହ ସିଡିଏମ୍ଓ କାର୍ଯ୍ୟାଳୟର ସିଧାସଳଖ ସମ୍ପର୍କ ରହିଛି ବୋଲି ଉର୍ମିଳା ନର୍ସିଂହୋମ ମାଲିକ ଅଭିଯୋଗ କରିଛନ୍ତି ।
ଉର୍ମିଳା ନର୍ସିଂହୋମ ମାଲିକଙ୍କ ଅଭିଯୋଗ ସମ୍ପର୍କରେ ‘ବଡ଼ ଖବର’ ପକ୍ଷରୁ କଟକ ସିଡିଏମଓଙ୍କ ସହ ଯୋଗଯୋଗ କରାଯାଇଥିଲା । ସିଡିଏମ୍ଓ କିଛି ଜାଣି ନଥିବା କହିବା ସହ ଜିଲ୍ଲାପାଳ କହିପାରିବେ ବୋଲି ସଫେଇ ଦେଇଥିଲେ । ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ସିଡିଏମଓ କହିପାରିବେ ବୋଲି କହିଥିଲେ । ଦୁଇ ଅଧିକାରୀ ପରସ୍ପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’