Masthead

ପୂର୍ବତନ ମନ୍ତ୍ରୀଙ୍କ ଘରୁ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଲେ ଚୋର। ନୟାପଲ୍ଲୀ ଭିଆଇପି କଲୋନୀ ସ୍ଥିତ ବାସଭବନରୁ ଲୁଟ୍‌ । ଆଲମିରା ଲକର୍‌ ତାଡ଼ି ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା ଗହଣା । ଘରେ କେହି ନଥିବା ବେଳେ ଲୁଟ୍ ହୋଇଥିବା ସୂଚନା । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ତଦନ୍ତ ଜାରି । ତେବେଗତକାଲି ରାତିରେ ଏହି ଡକାୟତି ହୋଇଛି ।

ମିଳିଥିବା ସୂଚନାନୁସାରେ, ଉପର ମହଲା ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି ର୍ଦୁବୃତ୍ତ । ସିସିଟିଭିରେ ଚୋରଙ୍କ ଗତିବିଧି କଏଦ ହୋଇଛି । ପାଚେରୀ ଡେଇଁ ଘରେ ଚୋର ପଶିଥିଲେ । ଚୋର ଏତେ ଚାଲାକ ଯେ, ଘରର ଭିତର ସିସିଟିଭିକୁ ବୁଲାଇ ଦେଇଥିଲେ । ଏହି ଚୋରି ପ୍ରଫେସନାଲ ଢଙ୍ଗରେ ହୋଇଥିବା ନେଇ ସନ୍ଦେହ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ