Masthead

ପଛରେ ପଡିଲେ ବିଜେଡି-ବିଜେପି…ଚମକାଇଦେଲା କଂଗ୍ରେସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସଭାପତି ଚୟନକୁ ନେଇ ଛକାପଞ୍ଝା । କିଏ ନେବ ଦଳର ନେତୃତ୍ୱ? କାହା ଉପରେ ରହିବ ଭରଷା । ମୁଖିଆଙ୍କୁ ଘୋଷଣା କରି ଚମକାଇ ଦେଲା କଂଗ୍ରେସ । ପଛରେ ପଡ଼ିଛନ୍ତି ବିଜେଡି-ବିଜେପି । ଏଆଇସିସି ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ଭକ୍ତ ଦାସଙ୍କୁ ଦିଆଯାଇଛି ଦାୟିତ୍ୱ ମୁଣ୍ଡରେ ଢାଳିଛି କଳଶ । ନିଜ ଦକ୍ଷତା ପାଇଁ ଦଳର ଶୀର୍ଷ ନେତୃତ୍ୱଙ୍କ ଜିଣି ପାରିଛନ୍ତି ମନ । ଭକ୍ତ ସାଂସଦ ଠାର ବିଧାୟକ ହେବାର ଅଭିଜ୍ଞତା ରହିଛି । କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ଅନ୍ୟ ରାଜ୍ୟରେ ଦଳର ଗୁରୁଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଏବେ ତାଙ୍କୁ ନୂଆ ଇନିଂସ ଖେଳିବା ପାଇଁ ମିଳିଛି ସୁଯୋଗ । ପିସିସି ସଭାପତି ଚୟନ ହେବା ପରେ ଭକ୍ତ କହିଛନ୍ତି ଲୋକଙ୍କ ପାଇଁ କାର୍ଯ୍ୟ କରିବା ସହ ଦଳକୁ ସଂଗଠିତ କରିବା ମୋର ଦାୟିତ୍ୱ । ଗାଁ ଗାଁକୁ ଯାଇ ଦଳକୁ ପୁଣି ଗ୍ରାଉଣ୍ଡରୁ ମଜଭୁତ କରିବି । ଯେଉଁ ଭରଷାରେ ମୋତେ ଦାୟିତ୍ୱ ମିଳିଛି ତାହା ତୁଲାଇବି କହିଥିବା ବେଳେ ବିଧାୟକ ଦଳ ନେତା କହିଛନ୍ତି ତାଙ୍କ ଅଭିଜ୍ଞତା ଦଳକୁ ମଜଭୁତ କରିବ ।

ପଦ୍ମ ଓ ଶଙ୍ଖ ଦଳରେ ଏବେ ବି ଲାଗି ରହିଛି ସସପେନ୍ସ । କାହାକୁ ଦଳର ମୁଖିଆ ଆସନରେ ବସାଇବେ ତାକୁ ନେଇ କଷୁଛନ୍ତି ଅଙ୍କ । ବିଜେଡିର ଚାଲିଛି ନିର୍ବାଚନ ପର୍ବ । ହେଲେ ଘୁଞ୍ଚିଘୁଞ୍ଚି ଚାଲିଛି ସଭାପତି ଚୟନ ସମୟ । ରିପିଟ ହେବେ ନା ନୂଆ ଚେହେରା ବସିବେ । ଏହାରି ଭିତରେ ବିଜେପିର ବରିଷ୍ଟ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ବିଳମ୍ବ ହୋଇନାହିଁ । କେନ୍ଦ୍ର ଅନୁମତି ଦେଲେ ଏମାନେ ଘୋଷଣା କରିବେ । ବରିଷ୍ଠତା କଣ ଭ୍ୟାଲୁ ଅଛି । ବିଧାୟକ ନୁହେଁ ଝଣେ କାର୍ଯ୍ୟକର୍ତ୍ତା ହେଲେ ଭଲ । ୨୦୨୪ ଇଲେକ୍ସନର ଫଳାଫଳକୁ ଭିତ୍ତି କରି ଚାଲିଛି ସଭାପତି କିଏ ହେବ ଅଙ୍କକଷା । ଲବିରେ ନା ଚୟନରେ ହେବେ ମଙ୍ଗୁଆଳ । କଣ ହେବ କେଉଁ ଦଳର ଭାଗ୍ୟ? ତାହକୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?