Masthead

ସୀମା ଟପିଲେ, ହତ୍ୟା ପରେ ଲଙ୍କାଗୁଣ୍ଡ ମାରିଲେ

ରାଇଘର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଜୁ ପଟ୍ଟନାୟକ ମୋଡେର୍ଣ୍ଣ ସ୍କୁଲ ସମ୍ମୁଖରେ ଥିବା ଏକ ଇଟା ଭାଟି ନିକଟରେ ଜଣେ ଯୁବକଙ୍କ ମୃତ ଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ଯୁବକ ଜଣକ ଗଞ୍ଜାପାରା ପଂଚାୟତର ମାଡ଼ଗାଁର ପବିତ୍ର ହରିଜନ ବୋଲି ଜଣାପଡ଼ିଛି । ମୃତ ଯୁବକଙ୍କ ମୁହଁରେ ଲଙ୍କା ଗୁଣ୍ଡ ବୋଳା ଯାଇଥିବା ବେଳେ ପାର୍ଶ୍ଵ ପରିସ୍ଥିତିକୁ ଅନୁଧ୍ୟାନ କରି ପୁଲିସ ଏହାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ।

ଆଜି ସକାଳ ପ୍ରାୟ ୬ ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଘଟଣାସ୍ଥଳରେ ପହଞ୍ଚି ପବିତ୍ର ହରିଜନଙ୍କ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରୁଛନ୍ତି । ଏଥିସହ ନବରଙ୍ଗପୁରରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇଛି । ମୃତ ବ୍ୟକ୍ତିଙ୍କ ନିକଟରେ ଏକ ମଦ ବୋତଲ ସହ ଲଙ୍କା ଗୁଣ୍ଡ ପ୍ୟାକେଟ ପଡିଥିବାରୁ ଏହା ଏକ ହତ୍ୟା ହୋଇଥାଇ ପରେ ବୋଲି ପୁଲିସ ଅନୁମାନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ