Masthead

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା । ସିବିଆଇ ରେଡ୍‌ ପ୍ରତିବାଦରେ ଇସ୍ତଫା ଦେଇଥିବା ସୂଚନା । ଏନେଇ ଏକ ହାତଲେଖା ଚିଠି ଗଣମାଧ୍ୟମକୁ ଆସିଛି । ମୁଖ୍ୟ ଶାସନ ସଚିବଙ୍କୁ ବିଷ୍ଣୁପଦ ଲେଖିଥିବା ସୂଚନା । ଏତଲା ନ ଥାଇ କାହିଁକି ରେଡ୍‌ ବୋଲି ଲେଖାଯାଇଛି । ମାନ ସମ୍ମାନ ହାନି ହୋଇଥିବା ଚିଠିରେ ଲେଖାଯାଇଛି । ତେବେ ଆଜି ସକାଳ ୭ଟାରୁ ୮ ଜଣିଆ ସିବିଆଇ ଟିମ୍ କରୁଛି ମାରାଥନ୍ ରେଡ୍। ଟେଣ୍ଡର ଫିକ୍ସିଂରେ ବ୍ରିଜ୍ ଆଣ୍ଡ କମ୍ପାନୀକୁ ସ୍ବତନ୍ତ୍ର ଅନୁକମ୍ପା ଦେଖାଇଥିବା ଅଭିଯୋଗକରେ ବିଷ୍ଣୁପଦଙ୍କ ଘରେ ରେଡ୍ ପଡିଥିବା ସୂଚନା ରହିଛି।

ସେପଟେ  ରେଡ୍‌ ନେଇ ମୁହାଁମୁହିଁ ହୋଇଛନ୍ତି ବିଷ୍ଣୁପଦ ଓ ସିବିଆଇ ଅଫିସର ।  ଉଭୟଙ୍କ ମଧ୍ୟରେ ହୋଇଛି କଥା କଟାକଟି । ମୁହାଁମୁହିଁ ପରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀ । କହିଛନ୍ତି  ବ୍ରିଜ୍‌ ଆଣ୍ଡ ରୁଫ୍‌ ସହ ମୋର କିଛି ସମ୍ପର୍କ ନାହିଁ । ଚଞ୍ଚଲ ମୁଖାର୍ଜୀଙ୍କ ସହ ମଧ୍ୟ କିଛି ସମ୍ପର୍କ ନାହିଁ । ମୋର କିଛି ଦୋଷ ନାହିଁ ମୋତେ ଷଡ଼ଯନ୍ତ୍ର ପରି ଲାଗୁଛି । ମୋ ଘରେ ଜୋର ଜବରଦସ୍ତ ରେଡ୍ ଚାଲିଛି । ମହିଳା ପୋଲିସଙ୍କ ଅନୁପସ୍ଥିତିରେ ରେଡ୍‌ ଚାଲିଛି ।

ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ବିଷ୍ଣୁପଦ  । ତେବେ ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଭବନରେ ଚାଲିଥିବାବେଳେ ଜଳେଶ୍ୱର ବାସଭବନରେ ମଧ୍ୟ ରେଡ ଚାଲିଛି ।   ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଛି । ପୂର୍ବରୁ ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ। ଏବେ ଖୋଦ୍ ସିବିଆଇ ତାଙ୍କ ଘରେ ରେଡ ପକାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା