Masthead

ଆବାସ ଯୋଜନା ସାତ ସପନ

ଆଳି (ବଡ଼ ଖବର ବ୍ୟୁରୋ): ସରକାର ଗରିବ, ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି | ହେଲେ ଆଜିପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚି ପାରୁନାହିଁ | ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନୂଆପଡ଼ା ପଞ୍ଚାୟତ ରାଇଲୋ ଗାଁରେ | ଏହି ଗାଁର ଅଧିକାଂଶ ଲୋକ ଦିନମଜୁରିଆ, ବିପିଏଲ ଶ୍ରେଣୀର, କିନ୍ତୁ ଆଜି ବି ଗାଁର ଅନେକ ଲୋକ ଘର ଖଣ୍ଡିଏ ପାଇନାହାନ୍ତି |

ଆବାସ ଯୋଜନାରେ ଘରଟିଏ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଦାବି କରିଛନ୍ତି | ଦୀର୍ଘବର୍ଷ ପରେ ବି ଏମାନଙ୍କୁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିପାରି ନାହିଁ |ଅନ୍ୟପଟେ ଗରିବଙ୍କ ପାଇଁ ଆସୁଥିବା ଆବାସ ଯୋଜନା ଧନୀ ଶ୍ରେଣୀର ଲୋକେ ବିଭିନ୍ନ ଉପାୟରେ ହାତେଇଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଘର ମିଳୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ତେବେ ଶିକ୍ଷା ଓ ସଚେତନତା ଅଭାବରୁ ଏମାନେ ବ୍ଲକ କିମ୍ବା ପଞ୍ଚାୟତକୁ ଯାଉ ନ ଥିବା ବେଳେ ନିର୍ବାଚିତ ପ୍ରତିନିଧି କିମ୍ବା ସରକାରୀ କର୍ମଚାରୀ ଏମାନଙ୍କ ପ୍ରତି ଦୃଷ୍ଟି ଦେଉ ନ ଥିବା କହିଛନ୍ତି ଗ୍ରାମବାସୀ | ପ୍ରକୃତ ହିତାଧିକାରୀ ଗରିବ କଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଥିବାବେଳେ ଗ୍ରାମବାସୀଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମର ମଞ୍ଜୁ ମଲ୍ଲିକ, ସବିତା ମଲ୍ଲିକ, ଝୁନାପ୍ରଭା ଜେନା, ସ୍ଵର୍ଣ୍ଣଲତା ଜେନା, ଛବି ମଲ୍ଲିକ ପ୍ରମୁଖ |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’ 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି 🔴 ସାଲାଇନ ଦେଉଛନ୍ତି ସଫେଇ କର୍ମଚାରୀ  🔴 ‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’