Masthead

ଆଣ୍ଠେଇବ କଙ୍ଗାରୁ ଉଡ଼ିବ ତ୍ରିରଙ୍ଗା

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଣ୍ଠେଇବ କଙ୍ଗାରୁ ଉଡ଼ିବ ତ୍ରିରଙ୍ଗା । ୨୦୨୩ର ବଦଲା ୨୦୨୫ରେ । କଙ୍ଗାରୁ ଶିକାର କରିବାକୁ ତୟାର ଟିମ୍ ଇଣ୍ଡିଆ। ସରିଛି ସବୁ ଅପେକ୍ଷା ଏବେ ଆସିଛି ପ୍ରତିଶୋଧ ନେବାର ସମୟ। ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ମହାଲଢେଇ। ଦୁବାଇରେ ସାମ୍ନାସାମ୍ନି ହେବେ ଶକ୍ତିଶାଳି ଟିମ୍ ଇଣ୍ଡିଆ ଓ ବିଶ୍ବ ଚାମ୍ପିଅନ୍ ଆଷ୍ଟ୍ରେଲିଆ। ଯିଏ ଜିତିବ ପ୍ରଥମ ଦଳ ଭାବ ଫାଇନାଲ ପ୍ରବେଶ କରିବ। ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି ।

କଙ୍ଗାରୁ ଟିମ ୨୦୨୩ ବିଶ୍ୱକପରେ ଭାରତର ଚାମ୍ପିୟନ ହେବାର ସ୍ୱପ୍ନକୁ ଚୂରମାର କରିଦେଇଥିଲା । ଆଉ ଆଜି ସେହି ଟିମ ସହ ଟକ୍କର ଦେବ ଭାରତ । ଆଇସିସି ନକଆଉଟ ମ୍ୟାଚରେ ଅଷ୍ଟ୍ରେଲିଆର ଦବବଦା ରହିଛି । ୨୦୧୦ ପରଠୁ ଖେଳାଯାଇଥିବା ୪ ମ୍ୟାଚରୁ ୩ଟିରେ କଙ୍ଗାରୁ ଦଳ ବିଜୟୀ ହୋଇଛି । ୨୦୧୧ ଦିନିକିଆ ବିଶ୍ବକପ ଲିଗ୍ ମ୍ୟାଚରେ ୫ ୱିକେଟରେ ଭାରତ ଅଷ୍ଟ୍ରେଲିଆଠାରୁ ବିଜୟୀ ହୋଇଥିଲା । ସେହିପରି ୨୦୧୫ ଦିନିକିଆ ବିଶ୍ବକପ ସେମିଫାଇନାଲ ୯୫ ରନରେ ଅଷ୍ଟ୍ରେଲିଆ ଭାରତଠାରୁ ବିଜୟୀ ହୋଇଥିଲା । ୨୦୨୩ ଦିନିକିଆ ବିଶ୍ବକପ ଫାଇନାଲରେ ୫ ୱିକେଟରେ ଭାରତଠାରୁ ଜିତିଥିଲା କଙ୍ଗାରୁ ଦଳ । ବିଶ୍ବ ଟେଷ୍ଟ ଚାମ୍ପିୟନସିପ ୨୦୨୩ରେ ୨୦୯ ରନରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା ।

ଶେଷ ଥର ପାଇଁ ଭାରତ ୨୦୧୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା । ଭାରତ-ଅଷ୍ଟ୍ରେଲିଆ ଦିନିକିଆ ରେକର୍ଡକୁ ଯଦି ନଜର ପକାଇବା ତେବେ ଏଥିରେ ବି ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି । ଦୁଇ ଦେଶ ଦେଶ ମଧ୍ୟରେ ୧୫୧ଟି ଦିନିକିଆ ମ୍ୟାଚ ଖେଳ ହୋଇଛି । ଭାରତ ୫୭ ଥର ବିଜୟୀ ହୋଇଥିବା ବେଳେ ୮୪ଥର ଜିତିଛି ଅଷ୍ଟ୍ରେଲିଆ । ସେହିପରି ଭାରତ ଘରୋଇ ମାଟିରେ ୩୩ ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୩୮ଥର ଜିତିଛି । ବର୍ତ୍ତମାନ ୨୦୨୩ ବିଶ୍ବକପର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଭାରତ । କାରଣ ୨୦୨୩ରେ ଭାରତକୁ ନିଜ ମାଟିରେ ହରାଇଥିଲା ଅଷ୍ଟ୍ରେଲିଆ । ୧୦ରୁ ୧୦ ମ୍ୟାଚ ଜିତି ଫାଇନାଲ ଯାଇଥିଲା ଭାରତୀୟ ଦଳକୁ ଫାଇନାଲରେ ହରାଇ ବିଶ୍ୱକପ ଆଶାକୁ ଧୂଳିସାତ କରିଥିଲା କଙ୍ଗାରୁ ଦଳ । ତେବେ ଆଜିର ନକଆଉଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ଲକ୍ଷ୍ୟରେ ରହିଛି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ