Masthead

ସ୍ୱୟଂ ସହାୟକ ଗୋଷ୍ଠୀ ସହ ପ୍ରଶାସନର ଚଞ୍ଚକତା

ପଦ୍ମପୁର, (ବଡ଼ ଖବର ବ୍ୟୁରୋ): ସରକାର ନାରୀ ସଶକ୍ତିକରଣ ଲାଗି ଯୋଜନା ପ୍ରଣୟନ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ କାମ ଦିଆଯାଉଛି। ହେଲେ ବାସ୍ତବରେ ଏହା କାର୍ଯକାରୀ ହେଉ ନ ଥିବା ଅଭିଯୋଗ ହେଉଛି। ପାଇକମାଳ ବ୍ଲକରୁ ଆସିଛି ଏଭଳି ଅଭିଯୋଗ। ସ୍ୱୟଂ ସହାୟକ ଗୋଷ୍ଠୀ ସହ ପ୍ରଶାସନ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି। ପାଇକମାଲ ବ୍ଲକ ସମନ୍ୱିତ ଶିଶୁ ବିକାଶ ସମିତିରେ ଛତୁଆ ବଣ୍ଟନ ଓ ଯୋଗାଣ ନିମେନ୍ତେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ମହିଳା।

୨୦୨୦ ଫେବୃଆରୀ ୨୮ରେ ଆଇସିଡିଏସ ପାଇକମାଳ ତରଫରୁ ଛତୁଆ ତିଆରି ଓ ଯୋଗାଣ ପାଇଁ ସାଧା କାଗଜରେ ଆବେଦନପତ୍ର ନିମନ୍ତ୍ରଣ କରାଯାଇଥିଲା। ମୋଟ ୧୮ ସ୍ୱୟଂ ସହାୟିକା ଗୋଷ୍ଠୀ ଆବେଦନ କରିଥିଲେ। ଜୁଲାଇ ୭ରେ ଚୟନ କମିଟି ଦସ୍ତାବିଜ ଯାଞ୍ଚ ଓ ପ୍ରଶ୍ନୋତ୍ତର ମାଧ୍ୟମରେ ମାର୍କିଂ କରିଥିଲେ। ପରେ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି କୁହାଯାଇଥିଲା। କ୍ଷେତ୍ର ପରିଦର୍ଶନ କରା ନ ଯିବାରୁ ସନ୍ଦେହରେ କିଛି ସଦସ୍ୟା ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ଚୟନ ସମୟର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ମାର୍କସିଟ୍ ନାହିଁ ବୋଲି ଜନସୂଚନା ଅଧିକାରୀ ଜଣାଇଥିଲେ।

ଚୟନ କରାଯାଇଥିବା ଦୁଇ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦସ୍ତାବିଜରେ ଅନେକ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଆବଶ୍ୟକ ନିଜସ୍ୱ ଛତୁଆ ତିଆରି ମେସିନ, ପେଷା ମେସିନ, ଭଜା ମେସିନ ନ ଥାଇ କିଭଳି ଯୋଗାଣ ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ଚୟନ ପକ୍ରିୟାରେ ଅନିୟମିତତା ହୋଇଛି। ଲାଞ୍ଚ ନେଇ ଦୁଇଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ବଛାଯାଇଛି। ଏଥିପାଇଁ ଆଠଟି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଏହାର ତଦନ୍ତ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ମଧ୍ୟ ଦାଖଲ କରିଛନ୍ତି। ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଅଫିସ ସାମନାରେ ଧାରଣାରେ ବସିବେ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ