Masthead

ନବୀନ ଖେଳିଲେ ସିମ୍ପାଥିକାର୍ଡ; ଭାରି ପଡିଲେ ମୋହନ ସରକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ଥମିବାର ନାଁ ଧରୁନି ବିଜୁ ପଲିଟିକ୍ସ । ବିଜେଡି ଖେଳୁଛି ବିଜୁ କାର୍ଡ । ବିଧାନସଭାରେ ଅନୁଷ୍ଟିତ କାର୍ଯ୍ୟକ୍ରମରୁ ନବୀନ ରହିଲେ ଦୂରାଇ! ମୋହନ କଲେ ନିମନ୍ତ୍ରଣ, ନବୀନ କଲେ ଟାଗେର୍ଟ । ଜନ୍ମ ଜୟନ୍ତୀ ପାଳି ମୁହାଁମୁହିଁ ହୋଇଛନ୍ତି ନବୀନ-ମନମୋହନ । ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କର କରିଛନ୍ତି ସ୍ମୁତି ଚାରଣ । ମୋହନ କହିଛନ୍ତି ବିଜୁ ବାବୁଙ୍କ ସ୍ୱପ୍ନ ଆମେ ପୂରଣ କରିବୁ । ନୀରବ ଭାଙ୍ଗି ବାପାଙ୍କ ପାଇଁ ମୁହଁ ଖୋଲି ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି କହିଲେ ନବୀନ । ପଞ୍ଚାୟତରାଜ ମନ୍ତ୍ରୀଙ୍କ ଭର୍ସନା । ବିଜେଡି ମନରେ ବିଜୁଙ୍କୁ ନେଇ ଅଛି ପାପ କହିଲେ ରବି । ଶଙ୍ଖ ଭବନରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷି ନବୀନ ପଟ୍ଟନାୟକ କହିଛନ୍ତି ବିଜୁ ବାବୁ ଥିଲେ ଟଲ୍ ମ୍ୟାନ-ଲାର୍ଜହାର୍ଟ ।

କିନ୍ତୁ ଏବେ ତାଙ୍କ ଲିଗାସିକୁ ଲିଭାଇବାକୁ ଚାହୁଁଛନ୍ତି ସରକାର । ଏହା ଛୋଟ ଚିନ୍ତା ଧାରା । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ହେଲେ ଦୋଷୀ ଧରାପଡିଲାନି । ଇତିହାସ ବଦଳାଇବାକୁ କିଛି ଲୋକ ଚେଷ୍ଟା କରୁଛନ୍ତି । ଲୋକେ ଏହାର ଜବାବ ଦେବେ । ସରକାର ଆସିବେ ଯିବେ କିନ୍ତୁ ବିଜୁ ବାବୁ ସବୁବେଳେ ଓଡ଼ିଆଙ୍କ ହୃଦୟରେ ରହିବେ । ବିଜୁଙ୍କୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ କଟାକ୍ଷ, ମୁଁ ତୋଡ ଜବାବ ଦେଲେ ରାଜ୍ୟ ବିଜେପି ସଭାପତି । ମନମୋହନ କହିଛନ୍ତି ଇତିହାସକୁ ଆମେ ବଦାଳାଇନୁ । ଇତିହାସର ସମୀକ୍ଷା କରୁଛୁ । ଗଣତନ୍ତ୍ରକୁ କଣ୍ଠରୋଧ କରି ବିଜେଡି ପାପ କରିଛି । ପଞ୍ଚାୟତରାଜ ମନ୍ତ୍ରୀ କହିଲେ ବିଜୁଙ୍କୁ ନେଇ ବିଜେଡି ମନରେ ପାପ ଅଛି । ଆମର ନାହିଁ । ବିଜୁ ବାବୁଙ୍କ ପାଇଁ ନୁହେଁ ବିଜେଡି ପାଇଁ ଲୋକଙ୍କ ମନରେ ବିତୃଷ୍ଣା ଆସିଛି । ଏହାକୁ ନେଇ ରାଜନୀତି କରଣ କରିବା ଠିକ୍ ନୁହେଁ । ଆମେ ଆମ ମହାପୁରୁଷଙ୍କୁ ସମ୍ମାନ ଦେଉ । ଏ ସରକାର ଥିବା ପର୍ଯ୍ୟନ୍ତ ଅବହେଳା କରିବାର ନାହିଁ । ବିଜୁ ବାବୁ ଓଡ଼ିଶାର ନୁହେଁ ବରଂ ବିଶ୍ୱର ବରପୁତ୍ର ।

ବିଜୁଙ୍କ ପାଇଁ ରାଜନୀତି ପାର ଉପର ମୁହାଁ । ନେତା ନେତାଙ୍କ ଭିତରେ ଚାଲିଛି ବାକଯୁଦ୍ଧ । ବିଜେଡି ପାଇଁ ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ ବଢାଇଛି ଟେନସନ । ବିଜୁ ଲିଗାସିରେ ପାର ହେଉଥିଲା ଦଳ, ହେଲେ ଗଲା ସାଧାରଣ ନିର୍ବାଚନରେ ବିଜୁଙ୍କୁ ଅଣଦେଖା ପଡିଛି ଭାରି । ଅଣ ଓଡ଼ିଆଙ୍କ ପାଇଁ ଭାଙ୍ଗିଛି ୨୪ବର୍ଷର ଦୁର୍ଗ । ବିଜୁଙ୍କୁ ନେଇ ଏବେ ବିଜେଡିର ଅଭିମୁଖ୍ୟ ପରେ ଚର୍ଚ୍ଚା ଜୋର । କୁଆଡେ ୨୪ଇଲେକ୍ସନରେ ବିଜେଡିର ଯାଇଥିଲା ବିଜୁ ପ୍ରୀତି । ଏବେ ପୁଣି ନୂଆ ସରକାରଙ୍କ ନିଷ୍ପତ୍ତି ଶଙ୍ଖ ଦଳର ବଢାଇଛି ମୁଣ୍ଡ ବିନ୍ଧା । ଏହାରି ଭିତରେ ବିଜୁ ବାବୁଙ୍କୁ ମନେ ପକାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମତେ ବିଶିଷ୍ଟ ବ୍ୟକ୍ତିବିଶେଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍