Masthead

ଆବାସ ପାଇଁ ୧୧ ହଜାର

ମାଲକାନିଗିର, (ବଡ଼ ଖବର ବ୍ୟୁରୋ): ଲାଞ୍ଚ ନ ଦେଲେ ମିଳୁନି ଆବାସ ଯୋଜନାରେ ଘର। ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ପାଇଁ ଜଣେ ବିଧବା ବୃଦ୍ଧା ଜିଆରଏସଙ୍କୁ ଦେଇଛନ୍ତି ୬ହଜାର ଟଙ୍କା। କିନ୍ତୁ ଆଉ ୫ହଜାର ଦେଲେ କାର୍ୟ୍ୟାଦେଶ ମିଳିବ ବୋଲି କୁହାଯାଇଛି। ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ମାଲକାନଗିରିରୁ।

ଛିଣ୍ଡା ଲୁଗା ପିନ୍ଧି କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଥିବା ଏହି ବୃଦ୍ଧାଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଏମଭି-୫୦ ଗ୍ରାମର ଉର୍ମିଳା ମଣ୍ଡଳ (୬୧)। ୮ ବର୍ଷ ତଳେ ସ୍ୱାମୀ ଜଗଦୀଶ ମଣ୍ଡଳ ଆରପାରିକୁ ଚାଲିଯାଇଥିଲେ। ତାଙ୍କର ଏକମାତ୍ର ଝିଅ ବିବାହ କରି ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି। ସେବେଠାରୁ ଉର୍ମିଳା ପେଟର ଭୋକ ମେଣ୍ଟାଇବା ଲାଗି ଅନ୍ୟ ଲୋକଙ୍କ ଘରେ କାମ କରୁଛନ୍ତି। କିଛିବର୍ଷ ତଳେ ଗାଁ ଲୋକେ ତାଙ୍କ ପାଇଁ ଏକ କୁଡ଼ିଆ ଘର ତିଆରି କରିଦେଇଥିଲେ। କିନ୍ତୁ ଦୁଇ ବର୍ଷ ଧରି ପ୍ରବଳ ବର୍ଷାରେ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବାବେଳେ ସେ ଏହି ଭଙ୍ଗା ଘରେ ଜୀବନ ବିତାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ପାଇଁ ସେ ଗତ ପାଞ୍ଚ ବର୍ଷ ଧରି ବ୍ଲକ କାର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। ଶେଷରେ ଜିଆରଏସ ତାଙ୍କୁ ଆବାସ ଘର ଯୋଗାଇ ଦେବାକୁ ଲାଞ୍ଚ ମାଗିଛନ୍ତି।
ଏ ସମ୍ପର୍କରେ କୋରୁକୋଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପଡ଼ିଆମି କହିଛନ୍ତି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କୋଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉର୍ମିଳା ଯଦି ଯୋଗ୍ୟ ହୋଇଥିବେ ତେବେ ତାଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବ ବୋଲି ପଡ଼ିଆମି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି