Masthead

ପାକିସ୍ତାନରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଂଘନ । ଲଗାତାର ୧୧ ଦିନ ହେଲାଣି ଏଲଓସିରେ ଅସ୍ତ୍ରବିରତି ଉଲଂଘନ । ଗତକାଲି ରାତିରେ କୁପୱାଡା, ଉରି ଓ ପୁଞ୍ଚରେ ଗୁଳିବର୍ଷା । ନୌସେରା, ରଜୌରୀ, ମେନ୍ଧର ଓ ବାରାମୁଲ୍ଲାରେ ମଧ୍ୟ ଗୁଳିବର୍ଷା । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଲା ଭାରତୀୟ ସେନା । ଗୋଟେ ପଟେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠୁ ମୋଦୀ ସରକାର ଘନ ଘନ ବୈଠକ କରୁଛନ୍ତି । ପାକିସ୍ତାନ ବିରୋଧରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।

ତଥାପି ସୁଧୁରୁନି ପାକିସ୍ତାନ । ପ୍ରତିଦିନ ରାତିରେ ଏଲଓସିରେ ଗୁଳିବର୍ଷା କରୁଛି ।ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଏହାରି ଭିତରେ ଫିରୋଜପୁର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ବ୍ଲାକଆଉଟ୍ ରିହର୍ସାଲ କରାଯାଇଛି । ଅର୍ଥାତ୍ ପୂରା ଅଞ୍ଚଳକୁ ୩୦ ମିନିଟ୍‌ ପାଇଁ ଅନ୍ଧକାର କରିଦିଆଯାଇଥିଲା । ଫିରୋଜପୁର କ୍ୟାଣ୍ଟନମେଣ୍ଟ ବୋର୍ଡ ପକ୍ଷରୁ ରାତି ୯ରୁ ସାଢ଼େ ୯ଟା ପର୍ୟ୍ୟନ୍ତ ବ୍ଲାକଆଉଟ୍ ରିହର୍ସାଲ କରାଯାଇଥିଲା । ଏହି ମକଡ୍ରିଲ୍ ସମୟରେ ସମ୍ପୂର୍ଣ୍ଣ ଅନ୍ଧାର ରହିଥିଲା ପୂରା ଅଞ୍ଚଳ ।

ସେହିପରି ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେସନ୍ ଲିମିଟେଡକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟୁତ୍ ଯୋଗାଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଲୋକଙ୍କୁ ଘରେ ଥିବା ବିଦ୍ୟୁତ ଜେନେରେଟର ଓ ଇନଭର୍ଟର ମଧ୍ୟ ବନ୍ଦ ରଖିବାକୁ କୁହାଯାଇଥିଲା ।ଅନ୍ୟପଟେ ପାକିସ୍ତାନରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ । ପାକିସ୍ତାନରେ ଇରାନ୍‌ର ବୈଦେଶିକ ମନ୍ତ୍ରୀ ଆବାସ୍ ଅଘାରଚି ପହଞ୍ଚିଛନ୍ତି । ଭାରତ-ପାକିସ୍ତାନ ଉତ୍ତେଜନା ବାବଦରେ ଆଲୋଚନା ଚର୍ଚ୍ଚା କରାଯାଉଛି । ପାକିସ୍ତାନ ଗସ୍ତ ପରେ ମେ’ ୭-୮ରେ ଭାରତ ଆସିବେ । ଉଭୟ ଦେଶର ଏୟାରସ୍ପେସ ବନ୍ଦ ଥିବାରୁ ଇରାନ ଫେରିଯିବେ । ଇରାନ ଫେରିବା ପରେ ଭାରତ ଆସିବେ ଆବାସ୍ ଅଘାରଚି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ