Masthead

‘ଇଟାର ଜବାବ ପଥରେ ଦେବୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅପରେସନ ସିନ୍ଦୂର ପରେ ମୋଦିଙ୍କ ପ୍ରଥମ ଗୁଜୁରାଟ ଗସ୍ତ । ସକାଳେ ଗାନ୍ଧୀ ନଗରରେ ପହଞ୍ଚିଥିଲେ । ରୋଡ ଶୋ କଲେ । ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ଆଉ ଗୁଜୁରାଟରୁ ସିଧାସଳଖ ପାକିସ୍ତାନକୁ ଟାର୍ଗେଟ କରିଥିଲେ । ଇଟାର ଜବାବ ପଥରେ ଦେବୁ । ଜଲଦି ଆତଙ୍କବାଦର କଣ୍ଟାକୁ କାଢିବୁ ବୋଲି ରଣହୁଙ୍କାର ଦେଇଥିଲେ । ସେ କହିଥିଲେ ଶରୀର ଯେତେ ସୁସ୍ଥ ହେଉ ନା କାହିଁକି ଯଦି ଗୋଟିଏ କଣ୍ଟା ଶରୀରରେ ଆଘତ ହୁଏ ତେବେ ପୂରା ଦେହ କଷ୍ଟ ପାଏ ।

ଆଉ ଆମେ ନିଷ୍ପତ୍ତି ନେଇଛୁ ସେ ହି କଣ୍ଟାକୁ ଆମେ ବାହାର କରି ଫୋପାଡିବୁ । ଆମେ କାହା ସହ ଶତ୍ରୁତା ଚାହୁଁନୁ । ପ୍ରତିଟି ଆକ୍ରମଣାର ଉଚିତ ଜବାବ ଦିଆଯିବ । ପାକିସ୍ତାନ କୁ ଜଣା ସେ ଯୁଦ୍ଧାରେ ଜିତି ପାରିବନି । ଆମେ ପ୍ରଗତି ଚାହୁଁ ଦେଶର ବିକାଶ ଚାହୁଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି ଯଦି ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମା ଅଧ୍ୟୟନ କରନ୍ତି ତେବେ ଆଶ୍ଚର୍ୟ୍ୟ ହୋଇଯିବେ । ଜମ୍ମୁ-କାଶ୍ମୀର ନଦୀ ଉପରେ ନିର୍ମିତ ଡ୍ୟାମ୍‌ ସଫା କରାଯିବନି ନିଷ୍ପତ୍ତି ହୋଇଥିଲା । ଡ୍ୟାମ୍‌ର ତଳ ଗେଟ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା । ୬୦ ବର୍ଷ ଧରି ଏହି ଗେଟ୍‌ଗୁଡ଼ିକ କେବେ ଖୋଲାଯାଇ ନଥିଲା ।

ଯେଉଁ ଜଳଭଣ୍ଡାର ୧୦୦% କ୍ଷମତାରେ ପୂରଣ କରାଯିବା କଥା । ତାହା ଏବେ ମାତ୍ର ୨% କିମ୍ବା ୩%କୁ ହ୍ରାସ ପାଇ ସାରିଛି । ବର୍ତ୍ତମାନ ମୁଁ କିଛି କରିନାହିଁ, ଲୋକମାନେ ଝାଳ ବୁହାଉଛନ୍ତି । ଡ୍ୟାମ୍‌ ସଫା ପାଇଁ ଛୋଟ ଗେଟ୍‌ ଖୋଲିଛୁ । ପାକିସ୍ତାନରେ ବନ୍ୟା ଆସିଛି । ସେ ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଛନ୍ତି । କହିଛନ୍ତି ୧୯୪୭ରେ ଦେଶ ୩ ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କୀ ହମ୍‌ଲା ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ହମ୍‌ଲା ହୋଇଥିଲା ।

ପାକିସ୍ତାନ ମୁଜାହିଦ୍ଦିନ ଆତଙ୍କବାଦୀମାନଙ୍କୁ ବ୍ୟବହାର କରି ମା’ ଭାରତୀର ଏକ ଅଂଶକୁ କବ୍‌ଜା କରିଥିଲା । ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେ ଯେପର୍ଯ୍ୟନ୍ତ ଆମେ ପିଓକେ ନ ପାଇଛୁ ସେ ପର୍ଯ୍ୟନ୍ତ ଆମ ସଶସ୍ତ୍ର ବାହିନୀ ଆଗକୁ ବଢ଼ିବା ବନ୍ଦ ନ କରନ୍ତୁ । କିନ୍ତୁ କେହି ତାଙ୍କ କଥା ଶୁଣି ନଥିଲେ । ଗତ ୭୫ ବର୍ଷ ହେଲା ଆମେ ଭୋଗୁଛୁ । ପହଲଗାମ୍ ମଧ୍ୟ ଏହି ଆତଙ୍କୀ କାର୍ଯ୍ୟର ଏକ ଉଦାହରଣ । ପାକିସ୍ତାନକୁ ଆମେ ଯୁଦ୍ଧରେ ତିନିଥର ପରାସ୍ତ କରି ସାରିଛୁ ବୋଲି କହିଛନ୍ତି ମୋଦି ।

ତେବେ ସଭାରେ ସମ୍ବୋଧିତ କରିସାରିବା ପରେ ବିଭିନ୍ନ ଉନନ୍ନୟନମୂଳକ କାର୍ଯ୍ୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଗୁଜୁରାଟରେ ଏକ ଲୋକୋମୋଟିଭ୍ କାରଖାନା ଉଦଘାଟିତ କରିବାର କାର୍ଯ୍ୟକ୍ରମ ରହିଛି । ଖାଲି ସେତିକି ନୁହେଁ ଅନେକ ସହରାଚଳ ବିକାଶ, ସ୍ୱାସ୍ଥ୍ୟସେବା ଏବଂ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି