Masthead

କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ବ୍ରିଟିଶ ଅମଳର କୋଷ୍ଟ କେନାଲ୍ ବନ୍ଧ ହୋଇଗଲା ଦୁର୍ବଳ। ମାଟି ମାଫିଆ ବନ୍ଧ ପାର୍ଶ୍ଵରୁ ମାଟି ଉଠାଇବା ଫଳରେ ଆସନ୍ତା ବର୍ଷା ଋତୁରେ ବନ୍ଧ ଭାଙ୍ଗି ଚାଷ ଜମିରେ ପାଣି ପଶିବାର ସଂଭାବନା ରହିଥିବା ବେଳେ,ଚିନ୍ତାରେ ଚାଷୀ। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବାଲିକୁଟୀ ମୌଜାରେ ଥିବା ମହାବଳା ଛକ ଠାରୁ ମଳଙ୍ଗ ବାଲିକୁଟୀ ମୌଜାର ଶେଷ ପର୍ଯ୍ୟନ୍ତ ଥିବା କୋଷ୍ଟ କେନାଲ ଉତ୍ତର ପଟେ ଉଚ୍ଚ ବନ୍ଧକୁ ବାଲିକୁଟୀ ଆଞ୍ଚଳର ମାଟି ମାଫିଆ ମାନେ ମାଟି ତାଡ଼ିନେଇ ବିକ୍ରି କରୁଛନ୍ତି।

ପୂର୍ବରୁ ଏହି ବନ୍ଧର ସୁରକ୍ଷା ପାଇଁ ସରକାରୀ ଅର୍ଥ ବିନିଯୋଗକରୀ ନଡ଼ିଆଗଛ ରୋପଣ କରାଯାଇଥିଲା ।ମାତ୍ର ମାଟି ମାଫିଆମାନେ ଟ୍ରାକ୍ଟର ଚଢ଼ାଇ ଗଛ ଗୁଡିକ ମଧ୍ୟ ନଷ୍ଟ କରିଦେଇଛନ୍ତି। ତେବେ ବନ୍ଧ ପାର୍ଶ୍ଵରେ ଥିବା ଗୋ ଚାରଣ ଭୂମିରେ ୨୦-୨୫ଫୁଟ ଗଭୀରରୁ ମାଟି ଉତ୍ତୋଳନ କରିନେଉଥିବାରୁ ବନ୍ଧ ଧୋଇ କେନାଲରେ ମିଶିଯିବାର ଆଶଙ୍କା ସୃଷ୍ଟି ହୋଇଛି।

ଏହି ବନ୍ଧ ଧୋଇଗଲେ ହଜାର ହଜାର ହେକ୍ଟର ଚାଷଜମିକୁ ଲୁଣିପାଣି ମାଡ଼ିଯିବା ସହିତ ଏହିସବୁ ଜମି ଗୁଡ଼ିକରେ ଧାନଫସଲ ହୋଇପାରିବ ନାହିଁ । ଫଳରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏପରି ବେଆଇନ୍ କାର୍ଯ୍ୟ ବାବଦରେ ଡ୍ରେନେଜ୍ ବିଭାଗକୁ ଲୋକେ ଜଣାଇଥିଲେ ବି ନିଦାବିଷ୍ଣୁ ପାଲଟିଛି ବିଭାଗ। ଅସାଧୁ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼