କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ବ୍ରିଟିଶ ଅମଳର କୋଷ୍ଟ କେନାଲ୍ ବନ୍ଧ ହୋଇଗଲା ଦୁର୍ବଳ। ମାଟି ମାଫିଆ ବନ୍ଧ ପାର୍ଶ୍ଵରୁ ମାଟି ଉଠାଇବା ଫଳରେ ଆସନ୍ତା ବର୍ଷା ଋତୁରେ ବନ୍ଧ ଭାଙ୍ଗି ଚାଷ ଜମିରେ ପାଣି ପଶିବାର ସଂଭାବନା ରହିଥିବା ବେଳେ,ଚିନ୍ତାରେ ଚାଷୀ। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବାଲିକୁଟୀ ମୌଜାରେ ଥିବା ମହାବଳା ଛକ ଠାରୁ ମଳଙ୍ଗ ବାଲିକୁଟୀ ମୌଜାର ଶେଷ ପର୍ଯ୍ୟନ୍ତ ଥିବା କୋଷ୍ଟ କେନାଲ ଉତ୍ତର ପଟେ ଉଚ୍ଚ ବନ୍ଧକୁ ବାଲିକୁଟୀ ଆଞ୍ଚଳର ମାଟି ମାଫିଆ ମାନେ ମାଟି ତାଡ଼ିନେଇ ବିକ୍ରି କରୁଛନ୍ତି।

ପୂର୍ବରୁ ଏହି ବନ୍ଧର ସୁରକ୍ଷା ପାଇଁ ସରକାରୀ ଅର୍ଥ ବିନିଯୋଗକରୀ ନଡ଼ିଆଗଛ ରୋପଣ କରାଯାଇଥିଲା ।ମାତ୍ର ମାଟି ମାଫିଆମାନେ ଟ୍ରାକ୍ଟର ଚଢ଼ାଇ ଗଛ ଗୁଡିକ ମଧ୍ୟ ନଷ୍ଟ କରିଦେଇଛନ୍ତି। ତେବେ ବନ୍ଧ ପାର୍ଶ୍ଵରେ ଥିବା ଗୋ ଚାରଣ ଭୂମିରେ ୨୦-୨୫ଫୁଟ ଗଭୀରରୁ ମାଟି ଉତ୍ତୋଳନ କରିନେଉଥିବାରୁ ବନ୍ଧ ଧୋଇ କେନାଲରେ ମିଶିଯିବାର ଆଶଙ୍କା ସୃଷ୍ଟି ହୋଇଛି।

ଏହି ବନ୍ଧ ଧୋଇଗଲେ ହଜାର ହଜାର ହେକ୍ଟର ଚାଷଜମିକୁ ଲୁଣିପାଣି ମାଡ଼ିଯିବା ସହିତ ଏହିସବୁ ଜମି ଗୁଡ଼ିକରେ ଧାନଫସଲ ହୋଇପାରିବ ନାହିଁ । ଫଳରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏପରି ବେଆଇନ୍ କାର୍ଯ୍ୟ ବାବଦରେ ଡ୍ରେନେଜ୍ ବିଭାଗକୁ ଲୋକେ ଜଣାଇଥିଲେ ବି ନିଦାବିଷ୍ଣୁ ପାଲଟିଛି ବିଭାଗ। ଅସାଧୁ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ