Masthead

ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି…

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) :ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ସେତୁ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬ ଜୁନ୍ ୨୦୨୫ ରେ ଉଦ୍‌ଘାଟନ ହେବାକୁ ଯାଉଛି । ଏନେଇ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ମଙ୍ଗଳବାର ସୂଚନା ଦେଇଛନ୍ତି । ପ୍ରକୃତିରୁ ସୃଷ୍ଟି ହେଉଥିବା ଭୟଙ୍କର ପ୍ରଳୟକୁ ମଧ୍ୟ ସେତୁଟି ସହ୍ୟ କରିପାରିବ । ଏହି ସେତୁ ନୂତନ ଭାରତର ଶକ୍ତି ଓ ଗୌରବର ପ୍ରତୀକ । ଜମ୍ମୁ ଓ କାଶ୍ମୀରରେ ଥିବା ଚେନାବ ସେତୁ ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ସେତୁ ହେବାକୁ ଯାଉଛି । ଯାହାର ଲମ୍ବ ୧୩ହଜାର ୧୧୫ମିଟର ଏବଂ ଉଚ୍ଚତା ୩୫୯ମିଟର ।

ଏହି ସେତୁ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳର ଏକ ଅଂଶ । ଯାହା ଆଂଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ନିର୍ମିତ । ଅତ୍ୟାଧୁନିକ ସେତୁଟି ୨୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ସହ୍ୟ କରିବାର କ୍ଷମତା ରଖିଛି । ଚେନାବ ସେତୁଟି ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାରେ ଅବସ୍ଥିତ । ଏହି ସେତୁଟି ଏକ ତୋରଣ ଆକୃତିର ଡିଜାଇନ୍ ପ୍ରଦାନ କରେ । ତୋରଣଟି ଇସ୍ପାତରେ ତିଆରି, ସେଥିରେ ୧୭ଟି ସ୍ପାନ ରହିଛି । ଏବଂ ମୁଖ୍ୟ ତୋରଣ ସ୍ପାନର ରେଖୀୟ ଲମ୍ବ ୪୬୦ମିଟର । ଏକ୍ସ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଇତିହାସ ସୃଷ୍ଟି ହେବାକୁ ଯାଉଛି । ଆଉ ମାତ୍ର ୩ଦିନ ବାକି ଅଛି । ବିଶ୍ୱର ସର୍ବୋଚ୍ଚ ଓ ଶକ୍ତିଶାଳୀ ରେଳ ସେତୁ ଜମ୍ମୁ ଓ କାଶ୍ମୀରରେ ଉଚ୍ଚରେ ଠିଆ ହୋଇଛି । ଉଧମପୁର-ଶ୍ରୀ ନଗର-ବାରାମୁଲ୍ଲା ରେଳ ଲିଙ୍କର ଏହା ଏକ ଅଂଶ ବିଶେଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ