Masthead

ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି ।ଜଣେ ମୃତ ୧୭ ଗୁରୁତର । ସାରା ଓଡ଼ିଶାରେ ପାଞ୍ଚୋଟି ଜିଲ୍ଲାରେ ଝାଡା ବାନ୍ତି ବ୍ୟାପକ ହୋଇଥିବା ବେଳେ କଟକ ଟାଙ୍ଗୀ ବ୍ଲକର ସଫା ପଞ୍ଚାୟତର ସୁଆଁରି ଗ୍ରାମରେ ୧୮ ଜଣ ବ୍ୟକ୍ତି ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ହୋଇ ଆଇସିୟୁରେ ଥିବା ଜଣାପଡିଛି।

ପ୍ରଶାସନ ତରଫରୁ ଟାଙ୍ଗୀ ଚୌଦ୍ଵାର ବ୍ଲକର ଅତିରିକ୍ତ ବିଡିଓ, ସ୍ବାସ୍ଥ୍ୟ ଅଧିକାରୀ ସୁଆଁରୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇଛନ୍ତି । ପାନୀୟ ଜଳ ପାଇଁ ଟ୍ୟାଙ୍କର ଯୋଗାଇଥିବା ବେଳେ ଗାଁ ମଧ୍ୟରେ ଥିବା କୂଅ ଓ ନଳ କୂପକୁ ସଫା ସୁତୁରା ରଖିବା ପାଇଁ କୌଣସି ଉଦ୍ୟମ କରୁନଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଅନ୍ୟ ପକ୍ଷରେ ବସୁଧା ଯୋଜନାରେ ଲୋକମାନଙ୍କୁ ପାଣି ଯୋଗାଇବା ପାଇଁ ପଞ୍ଚାୟତ ଅକ୍ଷମତା ପ୍ରକାଶ କରିଥିବାରୁ ଏହାକୁ ନେଇ ସରକାରଙ୍କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

ଝାଡା ବାନ୍ତି ରୋଗ କେବଳ ସୂଆଁରି ଗ୍ରାମରେ ନୁହେଁ ନିକଟସ୍ଥ ଆଦିବାସୀ ପଞ୍ଚାୟତ ସଫା କରଞ୍ଜି ମହିସାଲଣ୍ଡା ଓ ମଙ୍ଗରଜପୂର୍ ଅଞ୍ଚଳରେ ବ୍ୟାପିବାର ଜଣାପଡ଼ିଥିବା ବେଳେ ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା