Masthead

ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି ।ଜଣେ ମୃତ ୧୭ ଗୁରୁତର । ସାରା ଓଡ଼ିଶାରେ ପାଞ୍ଚୋଟି ଜିଲ୍ଲାରେ ଝାଡା ବାନ୍ତି ବ୍ୟାପକ ହୋଇଥିବା ବେଳେ କଟକ ଟାଙ୍ଗୀ ବ୍ଲକର ସଫା ପଞ୍ଚାୟତର ସୁଆଁରି ଗ୍ରାମରେ ୧୮ ଜଣ ବ୍ୟକ୍ତି ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ହୋଇ ଆଇସିୟୁରେ ଥିବା ଜଣାପଡିଛି।

ପ୍ରଶାସନ ତରଫରୁ ଟାଙ୍ଗୀ ଚୌଦ୍ଵାର ବ୍ଲକର ଅତିରିକ୍ତ ବିଡିଓ, ସ୍ବାସ୍ଥ୍ୟ ଅଧିକାରୀ ସୁଆଁରୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇଛନ୍ତି । ପାନୀୟ ଜଳ ପାଇଁ ଟ୍ୟାଙ୍କର ଯୋଗାଇଥିବା ବେଳେ ଗାଁ ମଧ୍ୟରେ ଥିବା କୂଅ ଓ ନଳ କୂପକୁ ସଫା ସୁତୁରା ରଖିବା ପାଇଁ କୌଣସି ଉଦ୍ୟମ କରୁନଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଅନ୍ୟ ପକ୍ଷରେ ବସୁଧା ଯୋଜନାରେ ଲୋକମାନଙ୍କୁ ପାଣି ଯୋଗାଇବା ପାଇଁ ପଞ୍ଚାୟତ ଅକ୍ଷମତା ପ୍ରକାଶ କରିଥିବାରୁ ଏହାକୁ ନେଇ ସରକାରଙ୍କୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।

ଝାଡା ବାନ୍ତି ରୋଗ କେବଳ ସୂଆଁରି ଗ୍ରାମରେ ନୁହେଁ ନିକଟସ୍ଥ ଆଦିବାସୀ ପଞ୍ଚାୟତ ସଫା କରଞ୍ଜି ମହିସାଲଣ୍ଡା ଓ ମଙ୍ଗରଜପୂର୍ ଅଞ୍ଚଳରେ ବ୍ୟାପିବାର ଜଣାପଡ଼ିଥିବା ବେଳେ ପ୍ରଶାସନ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ