Masthead

ବ୍ଲକ ଅଫିସରେ ଚାଲିଛି ବ୍ଲାକ୍ କାରବାର

ଚନ୍ଦାହାଣ୍ଡି (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ୧୨ତମ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ । ମନରେଗା କାମକୁ ନେଇ ଜନପ୍ରତିନିଧିମାନେ ବୈଠକରେ ତାତିଥିଲେ । ସରକାରୀ ବାବୁମାନେ ଜନପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ସଭ୍ୟ ସଭ୍ୟାମାନେ ମଧ୍ୟ ଅଭିଯୋଗ କରିଥିଲେ । କନିଷ୍ଠଯନ୍ତ୍ରୀ ବିନା ପଲ୍ଲିସଭାରେ ପ୍ରକଳ୍ପ ଅନୁମୋଦନ କରି ବିଲ୍ ପାସ କରୁଥିବା ବୈଠକରେ ଅଭିଯୋଗ ହୋଇଥିଲା । ଏହାସହ ସେମାନେ ବ୍ଲକ୍ ଅଧ୍ୟକ୍ଷ ଓ ବିଡିଓଙ୍କୁ ମଧ୍ୟ ବିଭିନ୍ନ ପ୍ରଶ୍ନ କରିଛନ୍ତି । ଗାଈ ବଳଦ ନଥିବା ହିତାଧିକାରୀଙ୍କୁ ଗୁହାଳ ତିଆରି ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ଲୋକପ୍ରତିନିଧିମାନେ କହିଥିଲେ । ବ୍ଲକ ଅଫିସରେ ଚାଲିଥିବା ବ୍ଲାକ୍ କାରବାର ବନ୍ଦ କରିବା ସହ ଅନିୟମିତାର ଉପଯୁକ୍ତ ତଦନ୍ତ ସହ ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ବିଡିଓଙ୍କ ତାଗିଦରେ ବୈଠକରେ କ୍ଷମା ମାଗିଛନ୍ତି କନିଷ୍ଠଯନ୍ତ୍ରୀ ଓ ଏପିଇଓ । ଏହି ବୈଠକରେ ଝରିଗାଁ ବିଧାୟକ, ବ୍ଲକ୍ ଅଧ୍ୟକ୍ଷ, ବିଡିଓ, ସାଂସଦଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ସଭ୍ୟ, ବ୍ଲକ୍ ଉପାଧ୍ୟକ୍ଷ ଓ ୧୪ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’