Masthead

ଥରୁଛି କନ୍ଧମାଳ

କନ୍ଧମାଳ(ବଡ଼ ଖବର ବ୍ୟୁରୋ): ମୌସୁମୀ ଯାଇଛି, ଶୀତ ଅସିଛି । କନ୍ଧମାଳରେ ଲାଗି ରହିଛି ଶୀତର ଲହରୀ । ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଶୀତରେ ଥରୁଛି । ଜିଲ୍ଲାର ଦାରିଙ୍ଗିବାଡି, ବେଲଘର, କୋଟଗଡ,ବାଲିଗୁଡା ଆଦି ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଧୀରେ ଧୀରେ ପାରଦ ଖସିବା ସହ ଘନ କୁହୁଡ଼ିର ଅସ୍ତରଣ ବଢିବାରେ ଲାଗିଛି । ଶୀତୁଆ ସକାଳର ଭରପୂର ମଜ୍ଜା ଉଠାଉଛନ୍ତି ଅଞ୍ଚଳବାସୀ । ପାରଦ ୧୦ଡିଗ୍ରୀ ତଳକୁ ଖସିଛି । ଦିନ ୧୨ଟା ପୂର୍ବରୁ ସୁର୍ଯ୍ୟଙ୍କୁ ଦେଖିବା ଅସମ୍ଭବ । କରୋନା କଟକଣା ପଇଁ ପର୍ଯଟକଙ୍କୁ କନ୍ଧମାଳ ମନା କରାଯାଇଛି । କିନ୍ତୁ ପହିଲି ଶୀତର ଭରପୁର ମଜ୍ଜା ନେଉଛନ୍ତି ସ୍ଥାନୀୟ ଲୋକେ । ପାର୍କ ଓ ଷ୍ଟାଡିୟମ ବନ୍ଦ ଥିବାରୁ ଲୋକେ ରାସ୍ତା ଉପରେ ବ୍ୟାୟମ କରି ଶୀତର ମଜ୍ଜା ନେଉଛନ୍ତି । ତେବେ ଶୀତ ସାଙ୍ଗକୁ ଘନ କୁହୁଡି ମାଡି ରହିଛି । ୧୦ଟା ପୁର୍ବରୁ ଚାରିଆଡେ କୁହୁଡି ମାଡି ରହୁଛି । ଫଳରେ ଗାଡି ଚଳାଚଳା ବଧାପ୍ରାପ୍ତ ହେଉଛି । ଗତକାଲି ସନ୍ଧ୍ୟା ପରଠାରୁ କୋହଲିଆ ପବନ ବହିବା ସହ ଶୀତ ମଧ୍ୟ ଅନୁଭୁତ ହେଉଛି । ଗ୍ରମାଞ୍ଚଳ ଗୁଡିକରେ ଶୀତଦାଉରୁ ବର୍ତ୍ତିବା ପାଇଁ ଲୋକେ ଜାଳୁଛନ୍ତି କାଠ ଓ କୋଇଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ