Masthead

ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ । ହସ୍ପିଟାଲ ବେଡ଼ରେ ସ୍ତ୍ରୀ ପିଲାକୁ ଛାଡି ଛୁ ମାରିଲେ ଓଏଏସ ଅଧିକାରୀ । ଓଏସଡିଏମଏରେ କାର୍ଯ୍ୟରତ ଡିଜିଏମ ସାର୍ଥକ ସୌରଭ ମହାପାତ୍ରଙ୍କନାଁ ରେ ମହିଳା ଥାନାରେ ଅଭିଯୋଗ । ସ୍ବାମୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାରେ ପତ୍ନୀ ଅର୍ଚ୍ଚନା ଦାସ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍ୱାମୀ ସହ ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି ଅର୍ଚ୍ଚନା। ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାରର୍ଯ୍ୟ କରନ୍ତି। ଉଭୟଙ୍କ ଘର ଭୁବନେଶ୍ୱର।

ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା। କିନ୍ତୁ ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା। ମେ ୧୦ ରେ ଅର୍ଚ୍ଚନା ଘରୋଇ ହସ୍ପିଟାଲର ରେ ଶିଶୁପୁତ୍ର ଜନ୍ମ ଦେଇଥିଲେ । ନବଜାତ ପୁଅକୁ ସ୍ବାମୀ ସାର୍ଥକ ଗ୍ରହଣ କରିନଥିଲେ। ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର। ଶେଷରେ ନିଜେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଆସିଲେ। ଶିଶୁ ଜନ୍ମହେବାର ୩ ମାସ ହୋଇଯାଇଥିଲେ ମଧ୍ୟ ତାକୁ କିମ୍ବା ସ୍ତ୍ରୀଙ୍କୁ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି। ତେଣୁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା