Masthead

ମା’କୁ ହାଣି ପୁଅର ଥାନାରେ ଆତ୍ମସମର୍ପଣ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଧାନ ବିଲରେ ବୃଦ୍ଧା ମାଆଙ୍କୁ ବିଭତ୍ସ ହତ୍ୟା କଲା ପୁଅ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ମେଲାଣ ଗ୍ରାମ ରଙ୍ଗମାଟିଆ ସାହିର ଘଟିଛି ଅଘଟଣା । ମୃତ ବୃଦ୍ଧା ହେଲେ ୬୫ ବର୍ଷୀୟ ରିଣ୍ଡି ସୋରେନ । ବୃଦ୍ଧା ଜଣଙ୍କ ଆଜି ସକାଳୁ ବିଲକୁ କାମ କରିବା ପାଇଁ ଆସିଥିଲେ । ବିଲରେ ତଳି ଉଠାଇବା ସମୟରେ ତାଙ୍କୁ ତାର ନିଜ ପୁଅ ଏକ ମାରଣାସ୍ତ୍ରରେ ହତ୍ୟା କରିଛି ।

ବୃଦ୍ଧା ମାଆଙ୍କୁ ହତ୍ୟା କରିବା ପରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତ ପୁଅ ସାଲଖାନ୍ ସୋରେନ । ଘଟଣା ସମ୍ପର୍କରେ ବୃଦ୍ଧାଙ୍କ ସ୍ଵାମୀ କିଛି ଜାଣିନଥିବା ବେଳେ ଆଜି ସକାଳୁ ବୃଦ୍ଧା ଜଣଙ୍କ ବିଲକୁ ଯାଉଛି କହି ଘରୁ ସକାଳୁ ଆସିଥିବା ବୃଦ୍ଧାଙ୍କ ସ୍ଵାମୀ କହିଛନ୍ତି । ଘଟଣାସ୍ଥଳରେ ଘଟଗାଁ ପୋଲିସ୍ ପହଂଚି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼