Masthead

ପୋଲିସକୁ ଅଟକାଇଲେ ଗ୍ରାମବାସୀ

ବଡ଼ମ୍ବା (ବଡ଼ ଖବର ବ୍ୟୁରୋ): ଗିରଫ କରିବାକୁ ଆସିଲେ ପୋଲିସ । ଗିରଫ କରିବା ପୂର୍ବରୁ ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗୋପାଳପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ବଡମ୍ବା ଥାନାର ପୋଲିସ ସିଭିଲ ଡ୍ରେସରେ ଗୋପାଳପୁର ଗ୍ରାମର ଯୁବ ସମାଜସେବୀ ସାବୁଲି ବେହେରାକୁ କୌଣସି ମାମଲାରେ ଉଠାଇ ନେବାକୁ ଆସିଥିଲା । ନିଜ ଦୋଷ ସମ୍ପର୍କରେ ପୋଲିସକୁ ପଚାରିଥିଲେ ସାବୁଲି । ଦୋଷ ଜଣାଇବା ପରିବର୍ତ୍ତେ ପୋଲିସ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ତାତି ଯାଇଥିଲେ ଗ୍ରାମବାସୀ । ପୋଲିସ ଭ୍ୟାନକୁ ଅଟକ ରଖିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଆଠଗଡ଼ ଏସଡିପିଓ ପହଞ୍ଚି ବୁଝାଇବା ପରେ ଉତ୍ତେଜନା ଥମିଥିଲା। ରାଜନୈତିକ ଉଦେଶ୍ୟ ରଖି ପୋଲିସ ଏଭଳି ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ