ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଶକ୍ତିଶାଳୀ ଭୂକମ୍ପରେ ନାଙ୍ଗରହାର ପ୍ରୋଭିନ୍ସର ଜଲାଲାବାଦ ଥରି ଉଠିଛି । ରିକ୍ଟର ସ୍କେଲରେ ୬.୦ ତୀବ୍ରତା ରେକର୍ଡ ହୋଇଛି । କିଛି ଘର ଛାତ ଭୁଶୁଡି ପଡିଥିବା ସୂଚନା ମିଳିଛି । ଦିଲ୍ଲୀ-ଏନ୍‌ସିଆର ଓ ପାକିସ୍ତାନରେ ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । USGS ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନଙ୍ଗରହାର ପ୍ରଦେଶର ଜଲାଲାବାଦ ନିକଟରେ ଥିଲା ଏବଂ ଏହାର ଗଭୀରତା  ୮ କିଲୋମିଟର ଥିଲା ।

ତେବେ ଏହି ଭୂମିକମ୍ପ କାରଣରୁ ନଙ୍ଗରହାରରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ଅନେକ ଅଞ୍ଚଳରେ ମଧ୍ୟ ପ୍ରବଳ କ୍ଷୟକ୍ଷତି ହୋଇଛି । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ଭାରତର ଅନେକ ସ୍ଥାନରେ, ବିଶେଷକରି ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପ୍ରାୟ ୨୦ ମିନିଟ୍ ପରେ, ସେହି ସେଠାରେ ଦ୍ୱିତୀୟଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା ୧୦କିଲୋମିଟର ଥିଲା ।

୨୦୨୩ ଅକ୍ଟୋବର ୭ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରା ପ୍ରାୟ ୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ଆଫଗାନିସ୍ତାନ ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଥିଲା । ଏହି ଦେଶ ଭୂକମ୍ପ ପ୍ରବଣ ଅଞ୍ଚଳ । ପ୍ରାୟ ସମୟ ଭୂକମ୍ପ ହୋଇଥାଏ । ଗତ ଗୋଟିଏ ମାସରେ ଆଫଗାନିସ୍ତାନରେ ୫ ଥର ଭୂକମ୍ପ ହୋଇଛି । ଏହା ପୂର୍ବରୁ ଅଗଷ୍ଟ ୨୭ରେ ୫.୪ ତୀବ୍ରତା, ୧୭ ଅଗଷ୍ଟରେ ୪.୯ ତୀବ୍ରତା, ୧୩ ଅଗଷ୍ଟରେ ୪.୨ ତୀବ୍ରତାର  ଭୂକମ୍ପ ହୋଇଥିଲା । ଅଗଷ୍ଟ ୮ରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’