Masthead

ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଶକ୍ତିଶାଳୀ ଭୂକମ୍ପରେ ନାଙ୍ଗରହାର ପ୍ରୋଭିନ୍ସର ଜଲାଲାବାଦ ଥରି ଉଠିଛି । ରିକ୍ଟର ସ୍କେଲରେ ୬.୦ ତୀବ୍ରତା ରେକର୍ଡ ହୋଇଛି । କିଛି ଘର ଛାତ ଭୁଶୁଡି ପଡିଥିବା ସୂଚନା ମିଳିଛି । ଦିଲ୍ଲୀ-ଏନ୍‌ସିଆର ଓ ପାକିସ୍ତାନରେ ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । USGS ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନଙ୍ଗରହାର ପ୍ରଦେଶର ଜଲାଲାବାଦ ନିକଟରେ ଥିଲା ଏବଂ ଏହାର ଗଭୀରତା  ୮ କିଲୋମିଟର ଥିଲା ।

ତେବେ ଏହି ଭୂମିକମ୍ପ କାରଣରୁ ନଙ୍ଗରହାରରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ଅନେକ ଅଞ୍ଚଳରେ ମଧ୍ୟ ପ୍ରବଳ କ୍ଷୟକ୍ଷତି ହୋଇଛି । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ଭାରତର ଅନେକ ସ୍ଥାନରେ, ବିଶେଷକରି ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ପ୍ରାୟ ୨୦ ମିନିଟ୍ ପରେ, ସେହି ସେଠାରେ ଦ୍ୱିତୀୟଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୫ ଏବଂ ଗଭୀରତା ୧୦କିଲୋମିଟର ଥିଲା ।

୨୦୨୩ ଅକ୍ଟୋବର ୭ରେ ଆଫଗାନିସ୍ତାନରେ ୬.୩ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରା ପ୍ରାୟ ୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ଆଫଗାନିସ୍ତାନ ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଥିଲା । ଏହି ଦେଶ ଭୂକମ୍ପ ପ୍ରବଣ ଅଞ୍ଚଳ । ପ୍ରାୟ ସମୟ ଭୂକମ୍ପ ହୋଇଥାଏ । ଗତ ଗୋଟିଏ ମାସରେ ଆଫଗାନିସ୍ତାନରେ ୫ ଥର ଭୂକମ୍ପ ହୋଇଛି । ଏହା ପୂର୍ବରୁ ଅଗଷ୍ଟ ୨୭ରେ ୫.୪ ତୀବ୍ରତା, ୧୭ ଅଗଷ୍ଟରେ ୪.୯ ତୀବ୍ରତା, ୧୩ ଅଗଷ୍ଟରେ ୪.୨ ତୀବ୍ରତାର  ଭୂକମ୍ପ ହୋଇଥିଲା । ଅଗଷ୍ଟ ୮ରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ