Masthead

ଏସିଆ କପ୍, ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସିଆ କପ୍‌ ସୁପର ସନ୍‌ଡେରେ ସୁପର ଫାଇଟ୍‌ । ଦୁବାଇରେ ହେବ ଏସିଆ କପ୍ ଟି୨୦ ଲଢ଼େଇ । ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ । ରାତି ୮ଟାରେ ଖେଳାଯିବ ମ୍ୟାଚ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ୧୩ଟି ଟି-୨୦ ମ୍ୟାଚ ହୋଇଛି । ୧୩ରୁ ୧୦ଟି ଜିତିଛି ଭାରତ, ୩ଟି ଜିତିଛି ପାକିସ୍ତାନ । ଗତ ଏପ୍ରିଲ ମାସରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତି ତିକ୍ତ ରହିଥିବା ସତ୍ତ୍ୱେ କ୍ରିକେଟ୍‌ ମଇଦାନରେ ରବିବାର ଦୁଇ ଦଳ ମୁହାଁମୁହିଁ ହେବେ। ଏସିଆ କପ୍‌ କ୍ରିକେଟ୍‌ରେ (ଟି-ଟ୍ୱେଣ୍ଟି) ଦୁବାଇରେ ସବୁଠୁ ବଡ଼ ଲଢ଼େଇ ହେବ। ଆଉ ଏହି ଲଢ଼େଇ ଦେଖିବା ପାଇଁ କୋଟି କୋଟି ପ୍ରଶଂସକ ଅପେକ୍ଷା କରି ରହିଛନ୍ତି। ଆଜି ରାତି ୮ଟାରୁ ମ୍ୟାଚ୍‌ ଆରମ୍ଭ ହେବ।

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ ୟୁଏଇକୁ ମାତ୍ର ୨୭ଟି ବଲରେ ପରାଜିତ କରିଥିଲା। ସେମିତି ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ଓମାନକୁ ୯୩ ରନ୍‌ରେ ହରାଇଥିଲା । ଅଲରାଉଣ୍ଡର ସଲମାନ ଆଘାଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ବେଶ ଆଶାବାଦୀ ରହିଛି। କିନ୍ତୁ ଭାରତୀୟ ଯୁବ ଦଳକୁ ଟକ୍କର ଦେବା ସହଜ ହେବ ନାହିଁ। ପୂର୍ବ ରେକର୍ଡ ଅନୁସାରେ, ୨୦୨୧ରୁ ଏ ପର୍ୟ୍ୟନ୍ତ ଉଭୟ ଦଳ ୫ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି। ଭାରତ ୩ଟି ଓ ପାକିସ୍ତାନ ୨ଟିରେ ବିଜୟୀ ହୋଇଛି। ଶେଷ ୨ ମ୍ୟାଚରେ ଭାରତ ଅପରାଜେୟ ରହିଛି। ଆଜି ଦୁବାଇରେ ଭାରତ ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ