Masthead

ବିଦାୟ ନେବ ମିଗ୍‌-୨୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ଆକାଶରେ ଉଡିବନି ଭାରତୀୟ ସେନାର ପୁରୁଣା ସାଥୀ ମିଗ୍-୨୧ ଯୁଦ୍ଧବିମାନ । ଆଜି  ଭାରତୀୟ ସେନାରୁ ଅବସର ନେବ ମିଗ୍-୨୧। ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେବ ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ । ଭବ୍ୟ ବିଦାୟ ଦେବାକୁ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି  ।  କାରଣ ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ ।  ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି ।  ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ ।

ଭାରତୀୟ ବାୟୁ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ ।  ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି ।  ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । ମାର୍କ-୧ଏ ଯୁଦ୍ଧ ବିମାନ ବାୟୁସେନାର ମିଗ୍‌-୨୧ ବିମାନର ସ୍ଥାନ ନେବ । ଏହାକୁ ପାକିସ୍ତାନ ସୀମା ନିକଟରେ ରାଜସ୍ଥାନର ବିକାନେରସ୍ଥିତ ନାଲ୍‌ ଏୟାରବେସ୍‌ରେ ମୁତୟନ କରାଯାଇପାରେ ।

ହିନ୍ଦୁସ୍ତାନ  ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌) ଭାରତୀୟ  ବାୟୁସେନା ପାଇଁ ୯୭ଟି ମାର୍କ-୧ଏ ଲାଇଟ୍‌ କମ୍ବାଟ୍‌  ଏୟାରକ୍ରାଫ୍ଟ (ତେଜସ୍‌ ଯୁଦ୍ଧ ବିମାନ) ନିର୍ମାଣ  କରିବ । ଏଥିପାଇଁ ସଂସ୍ଥା ସହ କେନ୍ଦ୍ର ସରକାର  ଗୁରୁବାର ୬୨,୩୭୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର  କରିଛନ୍ତି । ହାଲ୍‌କୁ ତେଜସ୍‌ ଯୁଦ୍ଧ ବିମାନ ଉତ୍ପାଦନ  ଲାଗି ଦ୍ୱିତୀୟ ଅର୍ଡର ମିଳିଛି । ଏହା ପୂର୍ବରୁ ୨୦୨୧  ଫେବ୍ରୁଆରୀରେ କମ୍ପାନି ସହିତ ୪୬,୮୯୮ କୋଟି ଟଙ୍କାର ଚୁକ୍ତି ହୋଇଥିଲା । ସେତେବେଳେ  ଏହାକୁ ୮୩ଟି ମାର୍କ-୧ଏର ଅର୍ଡର ମିଳିଥିଲା ।  ଏହାର ଯୋଗାଣ ପାଇଁ କମ୍ପାନି ନିକଟରେ ୨୦୨୮  ପର୍ଯ୍ୟନ୍ତ ସମୟ ରହିଛି । ମାର୍କ-୧ଏ ଯୁଦ୍ଧ ବିମାନ  ବାୟୁସେନାର ମିଗ୍‌-୨୧ ବିମାନର ସ୍ଥାନ ନେବ ।  ଏହାକୁ ପାକିସ୍ତାନ ସୀମା ନିକଟରେ ରାଜସ୍ଥାନର  ବିକାନେରସ୍ଥିତ ନାଲ୍‌ ଏୟାରବେସ୍‌ରେ ମୁତୟନ  କରାଯାଇପାରେ ।

କେନ୍ଦ୍ର ସରକାର ଅଗଷ୍ଟ ୧୯ରେ ୯୭ ତେଜସ୍‌  ଯୁଦ୍ଧ ବିମାନ କିଣିବା ଲାଗି ୬୨ ହଜାର କୋଟି  ଟଙ୍କାର ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଥିଲେ ।  ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା, ଏହି ବିମାନରେ  ସ୍ୱୟଂ କବଚ ଓ କଣ୍ଟ୍ରୋଲ୍‌ ଆକ୍‌ଚୁଏଟର ରହିବ, ଯେଉଁଥିରେ ୬୭ ନୂଆ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ  ହେବ । ମାର୍କ ୧ଏ, ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ତେଜସ୍‌  ବିମାନର ବିକଶିତ ଭର୍ସନ । ଏଥିରେ ଅପ୍‌ଗ୍ରେଡେଡ୍‌  ଏଭିଓନିକ୍ସ ଏବଂ ରାଡାର ସିଷ୍ଟମ୍‌ ଖଞ୍ଜାଯାଇଛି ।  ତେଜସ୍‌ ମାର୍କ-୧ଏର ୬୫%ରୁ ଅଧିକ ଉପକରଣ  ଭାରତରେ ଉତ୍ପାଦନ କରାଯାଉଛି । ତେଜସ୍‌ର  ପୁରୁଣା ଭର୍ସନକୁ ବି ହାଲ୍‌ ବିକାଶ କରିଥିଲା ।  ଏହାକୁ ଏରୋନଟିକାଲ ଡେଭଲପମେଣ୍ଟ  ଏଜେନ୍ସି ଏବଂ ଡିଆର୍‌ଡିଓ ସହାୟତାରେ  ନିର୍ମାଣ କରାଯାଇଛି । ଏହା ଆକାଶ, ଜଳ ଓ  ସ୍ଥଳଭାଗରୁ ଆକ୍ରମଣ ଲାଗି ଡିଜାଇନ୍‌ ହୋଇଛି ।  ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏହା ନିଜ ଟାର୍ଗେଟ୍‌  ଉପରେ ମାଡ଼ କରିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ୨୦୨୨ ନଭେମ୍ବର ୨୫ରେ ବେଙ୍ଗାଲୁରୁରେ  ତେଜସ୍‌ ଯୁଦ୍ଧ ବିମାନରେ ଉଡ଼ାଣ ଭରିଥିଲେ ।  କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା  ପ୍ରଥମ ଯୁଦ୍ଧ ବିମାନ ଉଡ଼ାଣ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା