Masthead

ଆଜି ମଣ୍ଡପରେ ଷଷ୍ଠୀ, ପୀଠେ ସପ୍ତମୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ । ଆଜି ପୀଠରେ ସପ୍ତମୀ ଥିବା ବେଳେ ମଣ୍ଡପେ ଷଷ୍ଠୀ ପୂଜା ପାଳିତ ହେଉଛି । ବିଭିନ୍ନ ପୂଜା ମଣ୍ଡପରେ ବିରାଜିବେ ଦଶଭୁଜା । ମାଆଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି । ସୁଉଚ୍ଚ ତୋରଣ ସାଙ୍ଗକୁ ଝଲସୁଛି ଭଳିକି ଭଳି ପୂଜା ମଣ୍ଡପ । ସେପଟେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା । ଆଜି ନବରାତ୍ର ପୂଜାର ସପ୍ତମ ଦିବସ ଏବଂ ଷୋଡ଼ଶ ଉପଚାର ପୂଜା ପନ୍ଦର ଦିନରେ ପହଞ୍ଚିଛି । ଆଜି ମା’ କାଳରାତ୍ରି ରୂପରେ ପୂଜା ପାଉଛନ୍ତି । ପ୍ରଥମେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ ପରେ ଆଜି ମା’ କାଳରାତ୍ରି ସ୍ୱରୂପରେ ଧରାପୃଷ୍ଠରେ ଦର୍ଶନ ଦେଉଛନ୍ତି ।

ମା’ ଆଜି ତ୍ରିନେତ୍ର ସହିତ ହାତରେ ଲୌହ ଖଡ଼ଗ ଓ ଖର୍ପର ଏବଂ ରାତ୍ରି ଅନ୍ଧକାର ସଦୃଶ୍ୟ କଳା ଶରୀର ଧାରଣ କରିବେ । ପୁରାତନ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ପାଟଣେଶ୍ଵରୀ । ପୀଠରେ ମହିମା ବେଶ ନିଆରା ଦଶହରା ସମୟରେ କରାଯାଉଥିବା ଷୋହଳ ପୂଜା ସବୁଠୁ ସ୍ବତନ୍ତ୍ର । ତତ୍କାଳୀନ ପାଟଣା ରାଜ୍ୟର ରାଜଧାନୀ ଓ ବର୍ତ୍ତମାନର ବଲାଙ୍ଗୀର ଜିଲାର ପ୍ରମୁଖ ସହର ହେଉଛି ପାଟଣାଗଡ଼। ବଲାଙ୍ଗୀର ସଦର ମହକୁମାଠାରୁ ପାଟଣାଗଡ଼ କିଛି ଦୂରରେ ଅବସ୍ଥିତ ହୋଇଥିବା ବେଳେ ଏଠାରେ ପାଟଣେଶ୍ବରୀ ପୂଜା ପାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା