Masthead

କଟକକୁ ଫେରୁଛି ଶାନ୍ତି

କଟକ (ବଡ଼ ଖବର ବ୍ୟୁରୋ): ‘ଭାଇଚାରା’ର  ସହର କଟକକୁ ଶାନ୍ତି ଫେରୁଛି । ସହରର  ଜୀବନଯାତ୍ରାରେ ସ୍ୱାଭାବିକତା ଫେରାଇ  ଆଣିବାକୁ ସବୁ ସ୍ତରରେ, ସବୁ ମହଲରେ  ଉଦ୍ୟମ ଜାରି ରହିଛି । ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା  ପାଇଁ ସହରରେ କର୍ଫ୍ୟୁ ଜାରି ହେବାର  ୨୪ ଘଣ୍ଟାରୁ ଅଧିକ ସମୟ ବିତିଛି ଇତିମଧ୍ୟରେ ।  ସ୍ଥିତିରେ ବେଶ ସୁଧାର ମଧ୍ୟ ଆସିଛି । ସାରା ସହର ପୁଲିସ ଫୋର୍ସ ବଳୟରେ  ରହିଥିବା ବେଳେ ପୁଲିସ ଡିଜି ୱାଇ. ବି. ଖୁରାନିଆ, ପୁଲିସ କମିସନର ଏସ୍‌.  ଦେବଦତ୍ତ ସିଂଙ୍କ ସମେତ ବହୁ ବରିଷ୍ଠ  ପୁଲିସ ଅଧିକାରୀ କଟକରେ କ୍ୟାମ୍ପ୍‌ କରି  ସ୍ଥିତି ଉପରେ ନଜର ରଖିଛନ୍ତି ।

ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ । ସିଏମସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର । ହ୍ୱାଟ୍ସଆପ, ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଓ ସ୍ନାପଚାଟ୍ ବନ୍ଦ । ୩୬ ଘଣ୍ଟିଆ କର୍ଫ୍ୟୁ ଆଜି ଦିନ ୧୦ଟାରେ ସମାପ୍ତ ହୋଇଛି ସମ୍ବେଦନଶୀଳ ଅଞ୍ଚଳରେ ପୋଲିସର କଡ଼ା ପହରା ରହିଛି । ସହର ସାରା ପୋଲିସ ଛାଉଣୀ ରହିଛି । ଛକ ଛକରେ ପଇଁତରା ମାରୁଛନ୍ତି ସୁରକ୍ଷା ବଳ । ପାଟ୍ରୋଲିଂ ଓ ଚେକିଂ ଜାରି ରହିଛି । କିଛି ସ୍ଥାନରେ ରାସ୍ତା କଡ଼ରେ ଥିବା ଦୋକାନ ଖୋଲିଛି । ଜରୁରୀ ସେବା ପାଇଁ ପରିଚୟପତ୍ର ଯାଞ୍ଚ କରି ଛଡ଼ାଯାଉଛି ।

ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ଘଟଣାରେ ୩ଟି ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରାଯାଇଛି । କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ ।ଅକ୍ଟୋବର ୩ତାରିଖରେ ରାତିରେ ଦଶହରା ଭସାଣ ଶୋଭାଯାତ୍ରାରେ ଦରଘାବଜାର ଓ ହାତୀପୋଖରୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ବେଳେ ଗତକାଲି ବାଇକ ରାଲି ବାହାରିଥିଲା । ତେବେ ଏଥିପାଇଁ ଅନୁମତି ନଥିବାରୁ ପୋଲିସ ଏହାକୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ସହ ମୁହାଁମୁହିଁ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ