Masthead

SI ନିଯୁକ୍ତି ଘୋଟାଲା, ବଣିକର ୩ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲିସ ଏସଆଇ ନିଯୁକ୍ତି ଘୋଟାଲା । ବଣିକର ୩ ଅଧିକାରୀଙ୍କୁ ନୋଟିସ୍ । ଏଚଆର ମ୍ୟାନେଜର, ଆଡମିନ୍‌ ମ୍ୟାନେଜର ଓ ଆକାଉଣ୍ଟ ହେଡ୍‌ଙ୍କୁ ନୋଟିସ୍ କରାଯାଇଛି । ଆଜି ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ବଣିକ କୋଚିଂ ସେଣ୍ଟରରେ ଛାନ୍‌ଭିନ୍‌ କରିଥିଲା କ୍ରାଇମ୍‌ବ୍ରାଞ୍ଚ ।ଗତକାଲି ବଣିକ’ କୋଚିଂ ସେଣ୍ଟରରେ ଛାନଭିନ୍ କରାଯାଇଥିଲା । ବିଜୟନଗରମ ଯାଉଥିବା ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ଭିତରେ ‘ବଣିକ’ର ପରୀକ୍ଷାର୍ଥୀ ଥିଲେ ।

‘ବଣିକ’ ପରୀକ୍ଷାର୍ଥୀଙ୍କୁ ପଠାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ହେଲେ କେତେ ପରୀକ୍ଷାର୍ଥୀଙ୍କୁ ‘ବଣିକ’ ପଠାଇଥିଲା ଆଗକୁ ସ୍ପଷ୍ଟ ହେବ। ଏଥିସହ ବଣିକ’ର ୫ ବର୍ଷର ରେକର୍ଡ ଖୋଜୁଛନ୍ତି କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟିଙ୍କର ‘ବଣିକ’ ମାଲିକଙ୍କ ସହ ସମ୍ପର୍କ ଥିବା ସୂଚନା ରହିଛି ।  ଏପଟେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଣିକ କର୍ତ୍ତୃପକ୍ଷ । ଆମେ ଏଠାରେ ପିଲାଙ୍କୁ କୋଚିଂ ଦେଉ, ବାହାରେ କିଏ କ’ଣ କଲା ଜାଣିନୁ। ଆମେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ତଦନ୍ତରେ ପୂରା ସହଯୋଗ କରୁଛୁ ବୋଲି ବଣିକ କୋଚିଂ ସେଣ୍ଟର ପକ୍ଷରୁ କୁହାଯାଇଛି । ସେପଟେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି OPRB।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ