Masthead

ଝିଅ ଦେଖିବାକୁ ଆସି ଯୁବତୀର ବେକ କାଟିଲା ଯୁବକ

ଆଳି (ବଡ଼ ଖବର ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଜୟନଗର ପଞ୍ଚାୟତର କୁଜିପୁରୁ ଗାଁର କିଶୋର ଦାସଙ୍କ ଭାଣିଜୀ ପ୍ରିୟଙ୍କା ଦାସଙ୍କୁ ଗାରଡ଼ପୁରୁ ଗାଁର ସୁବ୍ରତ ନାୟକ ଓ ତାଙ୍କ ମାଆ ମନୋରମା ନାୟକ ଝିଅ ଦେଖିବାକୁ କୁଜି ପୁରୁ ଗାଁକୁ ଆସିଥିଲେ । ଝିଅ ଓ ପୁଅ କିଛି କଥା ହେବା ଲାଗି ପୁଅ ସୁବ୍ରତ କହିଥିଲା । ପୁଅ ଓ ଝିଅ ଗୋଟିଏ ଘରେ କଥା ହେବାକୁ ଯାଇଥିଲେ । ହେଲେ ସୁବ୍ରତ ଘର କବାଟ ବନ୍ଦ କରି ଝିଅ ପ୍ରିୟଙ୍କାକୁ ଏକ ଛୁରୀରେ ଗଳାକୁ କାଟି ଦେଇଥିଲେ ।

ଝିଅର ପରିବାର ଲୋକ ଚିତ୍କାର ଶୁଣି ଘର କବାଟ ଭାଙ୍ଗି ଝିଅକୁ ଉଦ୍ଧାର କରିଥିଲେ । ଗାଁ ଲୋକମାନେ ଅଭିଯୁକ୍ତ ସୁବ୍ରତକୁ କାବୁ କରି ଏକ ଖୁଣ୍ଟରେ ବନ୍ଧି ପୋଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରୁ ଯୁବକକୁ ଥାନାକୁ ଆଣିଥିଲ । ପ୍ରିୟଙ୍କାଙ୍କୁ ପରିବାର ଲୋକ ରାଜକନିକା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରକୁ ଆଣି ଥିଲେ । ସେଠାରେ ତାଙ୍କ ଚିକିତ୍ସା କରିବା ପରେ ରାଜକନିକା ଥାନାରେ ପ୍ରିୟଙ୍କାଙ୍କ ମାମୁଁ କିଶୋର ଦାସ ଏତଲା ଦେଇଥିଲେ । ଥାନା ରେ ଏକ ମାମଲା ରୁଜୁ କରି ଯୁବକକୁ ଗିରଫ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ