Masthead

EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ

ବାଲେଶ୍ଵର (ବଡ଼ ଖବର ବ୍ୟୁରୋ): ଓଡିଆ ଯୁବତୀ ଆମେରିକାରେ ନିର୍ଯାତିତ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ସେ କହିଛନ୍ତି ଯୁବତୀ ଜଣକ ଫେସବୁକ୍‌ରେ ଯେଉଁ ବନ୍ଧୁଙ୍କୁ ଭିଡିଓ ପଠାଇଥିଲେ ତାଙ୍କୁ ଯୋଗାଯୋଗ କରୁଛୁ। ଯେହେତୁ ଆଡପସନ୍ ମ୍ୟାଟର, ରାଜ୍ୟ/ କେନ୍ଦ୍ରୀୟ ସଂସ୍ଥାକୁ ଯୋଗାଯୋଗ କରିବୁ। ଘଟଣା ଅନ୍ୟ ଦେଶରେ ହୋଇଛି। ତେଣୁ ବୈଦେଶିକ ଅଧିକାରୀଙ୍କ ସାହାଯ୍ୟ ନେବୁ।

ଏ ଯାଏଁ ଝିଅ ସହ ସିଧାସଳଖ କୌଣସି ଯୋଗାଯୋଗ ହୋଇପାରିନାହିଁ। ଛୋଟବେଳେ ଟ୍ରେନ୍‌ରେ ମା’ ଓ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ। ଭୁବନେଶ୍ୱରର ଏକ ଅନାଥ ଆଶ୍ରମରେ ରହୁଥିବାବେଳେ ଆମେରିକାର ଜଣେ ମହିଳା ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ସାଙ୍ଗରେ ନେଇଯାଇଥିଲେ।  ସେ ହେଲେ ପୂଜା ନାୟକ ଓରଫ ସେଜଲ ଜୋହନ (୨୧)। ଆମେରିକାରେ ପୋଷ୍ୟକନ୍ୟା ଭାବେ ରହୁଥିବା ପୂଜା ଓଡ଼ିଶା ଫେରି ଆସିବାକୁ ଆକୁଳ ନିବେଦନ କରିଛନ୍ତି। ବାଲେଶ୍ୱରରେ ରହୁଥିବା ସାଙ୍ଗ ଅମର ଦାସଙ୍କୁ ଭିଡିଓ ପଠାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରବିବାର ଏହି ଘଟଣା ପଦାକୁ ଆସିଛି। ଅମର କହିଛନ୍ତି, ପୂଜା ନହରକଣ୍ଟାସ୍ଥିତ ପଲ୍ଲୀ ଉନ୍ନୟନ ସେବା ସମିତି କନ୍ୟା ଆଶ୍ରମରେ ରହି ପଢ଼ୁଥିବାବେଳେ ତାଙ୍କ ସହ ପରିଚିତ ହୋଇଥିଲା।

ପୂଜା ଟ୍ରେନରେ ହଜିଯିବା ପରେ ଚାଇଲ୍ଡଲାଇନ୍‌ ଦ୍ୱାରା ଉଦ୍ଧାର ହୋଇ ଅନାଥ ଆଶ୍ରମକୁ ଆସିଥିବା ଜାଣିବାକୁ ପାଇଥିଲେ। ତେବେ ୨୦୧୮ରେ ପୂଜାଙ୍କୁ ଏକ ଦମ୍ପତି ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ନେଇଯାଇଥିଲେ। ଆମେରିକାକୁ ଯିବା ପରେ ତାଙ୍କ ନାମ ପୂଜାରୁ ସେଜଲ ଜୋହନ ହୋଇଥିଲା। ତେବେ ୨୦୨୩ରେ ସୋସିଆଲ୍‌ ମିଡିଆ ଜରିଆରେ ପୂଜାଙ୍କ ସହ ଅମରଙ୍କର ପୁଣି ଯୋଗାଯୋଗ ହୋଇଥିଲା। ପୂଜା ସେଠାରେ ଖୁସିରେ ନ ଥିବା ତାଙ୍କୁ କହିଥିଲେ। ଏହା ଜାଣିବା ପରେ ପାଳିତ ମା’ ତାଙ୍କଠାରୁ ମୋବାଇଲ ଓ ସିମ୍‌ ନେଇଯାଇଥିଲେ ବୋଲି ଅମର କହିଛନ୍ତି। ପୂଜା ଏକ ଭିଡିଓ ଶେୟାର କରିଥିବା ବେଳେ ସେଥିରେ ସେ କାନ୍ଦି କାନ୍ଦି କୋହଭରା କଣ୍ଠରେ ଅତ୍ୟାଚାରର କାହାଣୀ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼