Masthead

ତିର୍ତ୍ତୋଲରେ ବିଜେଡି ଆଗୁଆ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲ ଉପ ନିର୍ବାଚନ ଭୋଟ ଗଣତି ଜଗତସିଂହପୁର ଏସଭିଏମ କଲେଜରେ ଚାଲିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏସଭିଏମ କଲେଜ ଷ୍ଟ୍ରଙ୍ଗ ରୁମ ଥିବା ୩୭୩ ବୁଥର ସମସ୍ତ ଇଭିଏମକୁ ସିଲ କରାଯାଇ କଡା ସୁରକ୍ଷା ଭିତରେ ରଖାଯାଇଥିଲା । ସକାଳ ୮ଟାରେ ଇଭିଏମଗୁଡିକୁ ଷ୍ଟ୍ରଙ୍ଗ ରୁମରୁ ବାହାର କରାଯାଇ ଗଣତି କରାଯାଉଛି । ଏହି ଭୋଟ ଗଣତି କାର୍ୟ୍ୟ ପାଇଁ ୨ଟି ହଲ ରେ ୧୪ ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପୋଷ୍ଟାଲ ବାଲଟ ଗୋଟିଏ ହଲରେ ଗଣତି କରାଯାଇଥିଲା । ୭୦ଜଣ କର୍ମଚାରୀ ଭୋଟ ଗଣତି କରୁଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ଭିତରେ କରୋନା ନିୟମ ଅନୁସାରେ ଭୋଟ ଗଣତି କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି । ବିଜେଡି ୩୮୫୨ ଭୋଟ ପାଇଥିବା ବେଳେ ବିଜେପି ୨୭୭୪, କଂଗ୍ରେସ ୪୪୨ ଓ ସିପିଆଇକୁ ମିଳିଛି ୬୨ ଭୋଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ