Masthead

ଆଜି ବସିବ ଏନଡିଏ ବିଧାୟକ ଦଳ ବୈଠକ

ବିହାର (ବଡ଼ ଖବର ବ୍ୟୁରୋ): ବିହାରରେ ଏନଡିଏ ସରକାର ଗଠନ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟରେ ଏନଡିଏର ବାଜିମାତ୍ ପରେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ନିଜ ଇସ୍ତଫାପତ୍ର ଦେଇଥିଲେ । ଏହାପରେ ଆଜି ପାଟଣାରେ ବିଜେପି ଓ ଏନଡିଏ ବିଧାୟକ ଦଳ ବୈଠକ ବସିବ । ବୈଠକରେ ନେତା ନିର୍ବାଚନ କରାଯିବ ।

ଏଥିପାଇଁ ବିଜେପି ପକ୍ଷରୁ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ବିହାରର ପର୍ଯ୍ୟବେକ୍ଷକ କରାଯାଇଛି । ଏହା ପରେ ଏନଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ନୀତୀଶ କୁମାର । କିନ୍ତୁ ସରକାର ଗଠନ ପାଇଁ ଏନଡିଏର ସହଯୋଗୀ ଦଳଙ୍କ ମଧ୍ୟରେ ଭାଗବାଣ୍ଟ ଛିଡୁନି । ବାଚସ୍ପତି ପଦ ପାଇଁ ଉଭୟ ବିଜେପି-ଜେଡିୟୁ ଦାବି କରୁଥିବା ନେଇ ସୂଚନା ମିଳିଛି । ବାଚସ୍ପତି ପଦବୀ ପୁଣି ଥରେ ନିଜ ହାତରେ ରଖିବାକୁ ବିଜେପି ଚାହୁଁଥିବା ବେଳେ ଜେଡିୟୁ ଏଥର ବାଚସ୍ପତି ପଦ ପାଇଁ ଦାବି କରିଛି । ତେବେ ଗତକାଲି ବିଜେପି ଓ ଜେଡିୟୁ ମଧ୍ୟରେ ହୋଇଥିବା ବୈଠକରେ ବାଚସ୍ପତି ପଦ ବିଜେପି ରଖିବ ବୋଲି ନିଷ୍ପତ୍ତି ହୋଇଥିବା କୁହାଯାଉଛି ।

ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡା ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ ଲଲନ ସିଂଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଚିରାଗ ପାସୱାନଙ୍କ ଏଲଜେପି ଉପ-ମୁଖ୍ୟମନ୍ତ୍ରୀ ପଦବୀ ଦାବି କରୁଥିବା ଚର୍ଚ୍ଚା ହେଉଛି । ୧୯ ଆସନ ପାଇଥିବା ଚିରାଗଙ୍କ ଏଲଜେପି ଦଳ ଏନଡିଏ ସପକ୍ଷରେ ଦଳିତ ଭୋଟରକୁ ଆକୃଷ୍ଟ କରିବାରେ ବେଶ ସହାୟକ ହୋଇଥିଲା । ଚିରାଗଙ୍କ ପରିବାରରୁ ଅରୁଣ ଭାରତୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦବୀ ଦେବାକୁ ଦାବି କରିଛି ଏଲଜେପି(ଆରଭି) ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ