Masthead

ଆଜି ବସିବ ଏନଡିଏ ବିଧାୟକ ଦଳ ବୈଠକ

ବିହାର (ବଡ଼ ଖବର ବ୍ୟୁରୋ): ବିହାରରେ ଏନଡିଏ ସରକାର ଗଠନ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟରେ ଏନଡିଏର ବାଜିମାତ୍ ପରେ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ନିଜ ଇସ୍ତଫାପତ୍ର ଦେଇଥିଲେ । ଏହାପରେ ଆଜି ପାଟଣାରେ ବିଜେପି ଓ ଏନଡିଏ ବିଧାୟକ ଦଳ ବୈଠକ ବସିବ । ବୈଠକରେ ନେତା ନିର୍ବାଚନ କରାଯିବ ।

ଏଥିପାଇଁ ବିଜେପି ପକ୍ଷରୁ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ବିହାରର ପର୍ଯ୍ୟବେକ୍ଷକ କରାଯାଇଛି । ଏହା ପରେ ଏନଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ସରକାର ଗଢ଼ିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ ନୀତୀଶ କୁମାର । କିନ୍ତୁ ସରକାର ଗଠନ ପାଇଁ ଏନଡିଏର ସହଯୋଗୀ ଦଳଙ୍କ ମଧ୍ୟରେ ଭାଗବାଣ୍ଟ ଛିଡୁନି । ବାଚସ୍ପତି ପଦ ପାଇଁ ଉଭୟ ବିଜେପି-ଜେଡିୟୁ ଦାବି କରୁଥିବା ନେଇ ସୂଚନା ମିଳିଛି । ବାଚସ୍ପତି ପଦବୀ ପୁଣି ଥରେ ନିଜ ହାତରେ ରଖିବାକୁ ବିଜେପି ଚାହୁଁଥିବା ବେଳେ ଜେଡିୟୁ ଏଥର ବାଚସ୍ପତି ପଦ ପାଇଁ ଦାବି କରିଛି । ତେବେ ଗତକାଲି ବିଜେପି ଓ ଜେଡିୟୁ ମଧ୍ୟରେ ହୋଇଥିବା ବୈଠକରେ ବାଚସ୍ପତି ପଦ ବିଜେପି ରଖିବ ବୋଲି ନିଷ୍ପତ୍ତି ହୋଇଥିବା କୁହାଯାଉଛି ।

ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡା ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ ଲଲନ ସିଂଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଚିରାଗ ପାସୱାନଙ୍କ ଏଲଜେପି ଉପ-ମୁଖ୍ୟମନ୍ତ୍ରୀ ପଦବୀ ଦାବି କରୁଥିବା ଚର୍ଚ୍ଚା ହେଉଛି । ୧୯ ଆସନ ପାଇଥିବା ଚିରାଗଙ୍କ ଏଲଜେପି ଦଳ ଏନଡିଏ ସପକ୍ଷରେ ଦଳିତ ଭୋଟରକୁ ଆକୃଷ୍ଟ କରିବାରେ ବେଶ ସହାୟକ ହୋଇଥିଲା । ଚିରାଗଙ୍କ ପରିବାରରୁ ଅରୁଣ ଭାରତୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦବୀ ଦେବାକୁ ଦାବି କରିଛି ଏଲଜେପି(ଆରଭି) ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି