Masthead

ଶୀତ ଅଧିବେଶନର ଆଜି ସପ୍ତମ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନର ଆଜି ସପ୍ତମ ଦିନ। ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା । ଗତ ୬ ଦିନ ହେଲାଣି ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ । ଆଜି ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ବ ବିଭାଗ, ଯୋଜନା ଓ ସଂଯୋଜନ, ଖଣି ଇସ୍ପାତ, ସୂଚନା ଲୋକସଂମ୍ପର୍କ, ପରିବହନ ବିଭାଗର ଆଲୋଚନା ହେବ। ଆଜି ବି ବିରୋଧୀ ମୁଲତବୀ ପ୍ରସ୍ତାବ ମଧ୍ୟ ଆଣିଛନ୍ତି । ସେପଟେ ଗତକାଲି ବର୍ଷ ଭାରତ ସରକାର ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଦେଉଥିଲେ ।

ଆଜି ଠାରୁ ବିଧାନସଭାରେ ଆରମ୍ଭ ଅତିରିକ୍ତ ବଜେଟ୍ ଖର୍ଚ୍ଚ ଦାବି ଆଲୋଚନା । ୧୭ହଜାର ୪୪୦କୋଟି ଟଙ୍କାର ଆସିଥିଲା ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ଅତିରିକ୍ତ ବଜେଟ୍ ଆଣିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ସେହିଭଳି ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଭୟ ବିରୋଧୀ ଓ ଶାସକ ଉଠାଇବେ। ବିରୋଧୀ ଦଳ ପକ୍ଷରୁ ଗୃହରେ ମୁଲତବୀ ପ୍ରସ୍ତାବ ଆଗତ କରାଯିବ । ଦ୍ଵିତୀୟ ଅଧ୍ୟାୟରେ ଖର୍ଚ୍ଚ ଦାବି ଉପରେ ଚର୍ଚ୍ଚା ହେବ।

ରାଜ୍ୟ ସରକାର ଇନ୍‌ପୁଟ୍‌ ସହାୟତା ବାବଦକୁ ୮୦୦ ଟଙ୍କା ଦେଉଥିଲେ। ତେଣୁ ଚାଷୀ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପାଉଥିଲେ। ଏଥର କେନ୍ଦ୍ର ସରକାର ଏମ୍‌ଏସ୍‌ପି ବୃଦ୍ଧି କରି ୨୩୬୯ ଟଙ୍କା କରିଛନ୍ତି । ତେଣୁ ଇନ୍‌ପୁଟ୍‌ ସବ୍‌ସିଡି ୮୦୦ ଟଙ୍କା ମିଶାଇଲେ ଓଡ଼ିଶାର ଚାଷୀ ୩୧୬୯ ଟଙ୍କା ପାଇବା କଥା। କିନ୍ତୁ ରାଜ୍ୟ ସରକାର ୩୧୦୦ ଟଙ୍କା ଦେଉଛନ୍ତି। ଆଉ ୬୯ ଟଙ୍କା ଯାଉଛି କୁଆଡ଼େ ବିଧାନସଭାରେ ସରକାରଙ୍କୁ ଏମିତି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ । ଯଦି ୩୧୬୯ ଟଙ୍କା ଦିଆଯିବନି, ତେବେ ଇନ୍‌ପୁଟ୍‌ ସବ୍‌ସିଡି ୮୦୦ ନୁହେଁ, ୭୩୧ ଟଙ୍କା ବୋଲି ସରକାର ସ୍ପଷ୍ଟ କରିବାକୁ ସେମାନେ ଦାବି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା