Masthead

ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଥଣ୍ଡାର ଥାର୍ଡ ଡିଗ୍ରୀ । ଉପାନ୍ତରୁ ଉପକୂଳ ସବୁଠି ପ୍ରବଳ ଥଣ୍ଡା। ସକାଳୁ ସକାଳୁ ଘନ କୁହୁଡ଼ି କରୁଛି କଲବଲ। ଟ୍ୱିନ ସିଟିରେ ବି ପ୍ରବଳ ଥଣ୍ଟା ସାଙ୍ଗକୁ ଘନ କୁହୁଡ଼ି ଝଡ। ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ ପାଇଁ ସାମୟିକ ଭାବେ କମିବ । ରାତି ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨-୩ ଦିନ ଅପରିବର୍ତ୍ତିତ ରହିବା ପରେ ପୁଣି ରାତି ତାପମାତ୍ରା ଖସିବ । ପାଣିପାଗର ବିସ୍ତାରିତ ଆକଳନ କହୁଛି, ଆଗାମୀ ସପ୍ତାହ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଫେରିପାରେ । ଜାନୁଆରୀରେ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ କମ୍ ରହିବା ସମ୍ଭାବନା ଅଛି ।

ଓଡ଼ିଶାରେ ଚଳିତ ଶୀତ ଋତୁରେ ସର୍ବାଧିକ କୁହୁଡ଼ି ହୋଇଛି । ଡିସେମ୍ବରର ୩୧ ଦିନ ମଧ୍ୟରେ ୨୬ଦିନ ଓଡ଼ିଶାରେ କୁହୁଡ଼ି ହୋଇଛି । ଏହା ଦେଶରେ ସର୍ବାଧିକ । ଉତ୍ତର ଭାରତର ହିମାଚଳ, କାଶ୍ମୀର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନରେ ବି ଏତେ ଦିନ ଧରି କୁହୁଡ଼ି ଲାଗି ରହିନି । କୁହୁଡ଼ିର ଘନ ଆସ୍ତରଣ ପାଇଁ ରାଜ୍ୟରେ ବାୟୁମଣ୍ଡଳରେ ପ୍ରଦୂଷଣ ଆସ୍ତରଣ ବଢ଼ୁଛି । ଧୂଳିକଣାର ପରସ୍ତ ଭାସି ବୁଲୁଛି ବାୟୁରେ । ସେହିପରି କୁହୁଡ଼ି ଯୋଗୁ ଖରା ପଡ଼ୁନଥିବାରୁ ଦିନ ତାପମାତ୍ରା ବି ବଢ଼ିପାରୁନି । ଗୁରୁବାର ସାଢ଼େ ୧୧ଟାବେଳେ ଭୁବନେଶ୍ୱର ତାପମାତ୍ରା ମାତ୍ର ୨୦ ଡିଗ୍ରୀ ସେଲସିୟସ୍ ଥିଲା । ଏହା ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀ କମ୍ । ଏଥିଯୋଗୁ ଦିନବେଳା ବି ଭୀଷଣ ଶୀତ ଅନୁଭୂତ ହେଉଛି । ବାହାର ଅପେକ୍ଷା ଘରେ ବେଶି ଥଣ୍ଡା ଲାଗୁଛି । କାରଣ ଖରା ଟାଣ ହେଉନଥିବାରୁ ଘରର କାନ୍ଥ, ଚଟାଣ ସବୁବେଳେ କାଲୁଆ ରହୁଛି । ଏପରିକି ପାଣି ଟାଙ୍କିର ଟ୍ୟାପ ଖୋଲିଲେ ଅହରହ ଥଣ୍ଡା ପାଣି ବାହାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ