୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତୀୟ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ରୁଷିଆ ଉଫାରେ ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ଏକ ମେଡିକାଲ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପଶି ନାବାଳକ ଛୁମାମାଡ଼ କରିଛି । ବିଦେଶୀ ପିଲା ରହୁଥିବା ହଷ୍ଟେଲରେ ପଶି ଅତର୍କିତ ଆକ୍ରମଣ କରିଥିଲା ୧୫ ବର୍ଷୀୟ ବାଳକ । ଛୁରାମାଡ଼ରେ ଆଉ କିଛି ପିଲା ବି ଆହତ ହୋଇଛନ୍ତି । ଗିରଫ କରିବାକୁ ଆସିଥିବା ୨ ପୁଲିସ୍ ବି ଆକ୍ରମଣର ଶିକାର ହୋଇଛନ୍ତି । ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଭାରତୀୟ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ନାବାଳକ ଆକ୍ରମଣକାରୀକୁ ଗିରଫ କରାଯାଇଛି । ବାଳକ ଜଣକ କାହିଁକି ଏପରି ଆକ୍ରମଣ କଲା କାରଣ ଅସ୍ପଷ୍ଟ ରହିଛି । ଆକ୍ରମଣ ପରେ ସନ୍ଦିଗ୍ଧ ବାଳକକୁ ହେପାଜତକୁ ନିଆଯାଇଛି । ଆକ୍ରମଣକାରୀ ବିଷୟରେ କିଛି ସୂଚନା ହସ୍ତଗତ ହୋଇନାହିଁ । ଆକ୍ରମଣକାରୀ ନାବାଳକ ମଧ୍ୟ ଆହତ ହୋଇଛି । ତଦନ୍ତ ଆରମ୍ଭ ହୋଇଛି । ଏ ନେଇ ଏକ ତଦନ୍ତ କମିଟି ଗଠନ ହୋଇଛି । ରୁଷରେ ଥିବା ଭାରତୀୟ ଦୂତାବାସ କହିଛି କି, ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଯୋଗୋଯୋଗରେ ଅଛୁ । କାଜାନରେ ଥିବା ଭାରତୀୟ କନସୁଲେଟର ଅଧିକାରୀ ଆହତ ଛାତ୍ରଙ୍କୁ ସହାୟତା କରିବା ଏବଂ ଅଧିକ ସହାୟତା ସମନ୍ୱୟ କରିବା ପାଇଁ ଉଫା ଯାତ୍ରା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!