Masthead

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ପରୀକ୍ଷାରେ ରାଜ୍ୟର ୪ ଲକ୍ଷ ୧ ହଜାର ୬୨୩ ଶିକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଶିକ୍ଷାର୍ଥୀଙ୍କ ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି। ପରୀକ୍ଷା ପରିଚାଳନା ପାଇଁ ସିଏଚ୍‌ଏସ୍‌ଇ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଛି । କପି ରୋକିବାକୁ ୧୨୦ କେନ୍ଦ୍ରୀୟ ସ୍କ୍ୱାଡ୍‌ ନିୟୋଜିତ କରାଯାଇଛି । ଏମାନେ ସମସ୍ତେ ଜିଲ୍ଲାରେ ପହଞ୍ଚି ସାରିଲେଣି।

ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁଭେଚ୍ଛା ଜଣାଇଛନ୍ତି । ସିଏଚ୍‌ଏସ୍‌ଇର ସୂଚନା ଅନୁଯାୟୀ, ରାଜ୍ୟରେ ୧୩୫୭ଟି ପରୀକ୍ଷା କେନ୍ଦ୍ର ସହ ୭ଟି ଉପକେନ୍ଦ୍ର ହୋଇଛି । ଏଠାରେ କପି ରୋକିବା ଲାଗି ୭୫ଟି ଜୋନାଲ୍‌ ସ୍କ୍ୱାଡ୍‌ ନିୟୋଜିତ କରାଯାଇଛି । ଏଥିସହ ୧୩୬୪ଟି ନିରୀକ୍ଷକ ସ୍କ୍ୱାଡ୍‌ ଓ ୧୩୬୪ଟି ଜିଲ୍ଲା ପ୍ରଶାସନ ସ୍କ୍ୱାଡ୍‌ ଅଛନ୍ତି । ୧୯ ତାରିଖରେ ଧନ୍ଦାମୂଳକ ବିଭାଗର ବିଏଫ୍‌ସି-ଇତିହାସ, ବିଏଫ୍‌ସି- ଆକାଉଣ୍ଟାନ୍ସି, ବିଏଫ୍‌ସି-ଫିଜିକ୍ସ ପରୀକ୍ଷା ହୋଇଛି । ୨୦ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ରହିଛି ।

୨୧ ତାରିଖରେ ଧନ୍ଦାମୂଳକ ଶିକ୍ଷାର ବିଏଫ୍‌ସି-ରାଜନୀତି ବିଜ୍ଞାନ ଓ କେମେଷ୍ଟ୍ରି ଏବଂ ବିଜ୍ଞାନ ବିଭାଗର ଜିଓଲୋଜି ପରୀକ୍ଷା ରହିଛି । ୨୪ରେ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା ରହିଛି । ମାର୍ଚ୍ଚ ୨୫ ତାରିଖ ଯାଏ ପରୀକ୍ଷା ଚାଲିବ । ସକାଳ ୧୦ଟାରୁ ୧ଟା ଯାଏ ପରୀକ୍ଷା ହେବ । ସିଏଚ୍‌ଏସ୍‌ଇ ମୁଖ୍ୟାଳୟରେ କଣ୍ଟ୍ରୋଲରୁମ୍‌ କରାଯାଇଛି । ଏଠାରୁ ସିସିଟିଭି କ୍ୟାମେରା ଲାଇଭ୍‌କୁ ତର୍ଜମା କରାଯାଉଛି । ଯେଉଁଠି ତ୍ରୁଟି ଅନୁଧ୍ୟାନ କରାଯିବ ସେଠାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ